STORYMIRROR

Anuja Behera

Children Stories Tragedy Inspirational

3  

Anuja Behera

Children Stories Tragedy Inspirational

ଦୁର୍ଗା ମା ଭାଗ - ୧

ଦୁର୍ଗା ମା ଭାଗ - ୧

1 min
157


ତୋରଣ ବଷ୍ଟିତେ ନୂଆ ପରିଚିତ୍ତେ ମଂଡପେ ଆସିବେ ମାଆ

କାମ କ୍ରୋଧ ମୋହ ସଂସାରୁ ବିନାଶୀ ହୋଇବେ ଭକତ ସାହା ।।


ଦୁର୍ଦଶା ହଟିବ ସଂସାର ଦେଖିବ ଦଶରା ବଜାର ମେଢ଼

ଭକ୍ତ ଗହଳରେ ତୋ କୃପା ଆଳରେ ଲାଗିଥିବ ଭକ୍ତ ଭିଡ

ଶୁଭ ଆଶ୍ୱିନ ଶୁକ୍ଳଷଷ୍ଠୀ ଠାରୁ ଆରମ୍ଭି ଦଶହରା ଜାତ

ସ୍ୱାଗତ ଜଣାଏ ଶିଶିର ଶରତ ପ୍ରକୃତିର ପାରିଜାତ  ।।


ବିଜୟା ଦଶମୀ ଦୁର୍ଗତି ନାସିନୀ ଦଶମୀରେ ଦଶହରା

ଦୁଃଖ ବିନାସିନୀ ସଙ୍କଟ ହାରିଣୀ ଘୁଞ୍ଚାଅ ଦୁଃଖ ପସରା  ।।


ଜାଣେନା ମୁଁ ହୀନ ମୂରୁଖ ପାପୀଟେ ଦେବୀ ମନ୍ତ୍ର ଉଚ୍ଚାରଣ

ଶରଣ ଆବୋରି ଯିବି ବୋଲି ତରୀ ଚାହେଁ ଦିବ୍ୟ ଦରଶନ

ବିଷୟା ଜଂଜାଳେ କରୁଅଛ ଖେଳ ବିସ୍ତାରିଣ ତୋର କାୟା

ଲାଘବ କରିବ ଅନ୍ତର ବେଦନା ଆଶ୍ରା ତୋର ଛତ୍ରଛାୟା  ।।


କୋଟି ଦେବତାରୁ ଉଗ୍ର ଶକ୍ତି ନେଇ ସାଜି ଦୁର୍ଗା ଅବତାର

ସିଙ୍ଘ ବାହି ଘେନି ମହିଷା ମର୍ଦ୍ଧିନୀ କଲ ଦେବ ଦୁଃଖ ଦୂର  ।।


ଢାଙ୍କ ବାଜା ଢନ ଢନ ଦେଖିତୋର ମାତ ଉଘ୍ର ନୟନ

ତୋର ଦିବ୍ୟଜ୍ୟୋତି ନମେ ପ୍ରଜାପତି ବିପଦ କର ମୋଚନ  ।।



Rate this content
Log in