Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Classics Children

4.3  

Gobinda Chandra Sethi

Classics Children

ମେଘୁଆ ପାଗ

ମେଘୁଆ ପାଗ

1 min
149



ମେଘୁଆ ପାଗରେ ବରଷା ନାହିଁ 

ଯୁଆଡେ ଦେଖିଲେ ସିଆଡେ ଛାଇ l

ବରଷିବ କେବେ ଭରସା ନାହିଁ

କେବେ ଖେଳେ ସେତ ଆଲୁଅ ଛାଇ l

ବାହାରେ ଯିବାକୁ ଇଛା ମୋ ନାହିଁ

କାମ କରିବାକୁ ମାନ୍ଦା ଲାଗଇ l

ଝିପି ଝିପି ହେଲେ ମେଘ ବରଷା

କାଦୁଅ ପାଣିରେ ବୁଲିବା ନିଶା l

ପିଲାବେଳେ ଥିଲା ବହୁତ ମଜ୍ଜା

ଖାଉଥିଲେ ଆମେ ଅନେକ ସଜା l

ଦଳ ଦଳ ହୋଇ ଉଡ଼ିଛି କଙ୍କି

ଲାଞ୍ଜେ ସୂତା ବାନ୍ଧି ଧରିଛୁ ଝିଙ୍କି l

ସୋରିଷ ତେଲରେ ମୁଢି ପିଆଜ

ସ୍ୱାଦ ମନେ ପଡେ ତାହାର ଆଜ l

ଥିଲା ଆମର ସେ ମେଘୁଆ ପାଗ

ମନରେ ଦେଇଛି ବଡ଼ ସରାଗ l

କଳା ମେଘ ଦେଖି ମୟୁର ନାଚେ

ଚାଷୀ ପୁଅ ତାର ଲଙ୍ଗଳ ଯୋଚେ l

ଚାଷୀ ପୁଅ ମୁଣ୍ଡେ ରଖି ପକ୍ଷୀଆ

କରି ନାହିଁ ହଳ ଲଙ୍ଗଳ ଠିଆ l

ରଖିଛି ସେ ଚାଷ ପରେ ଭରସା

ଛାଡି ନାହିଁ କେବେ ତାର ନିଶା l

ତାହାରି ଶ୍ରମରେ ଭରିଛି ପେଟ

ଆଜି ଦୁନିଆଁରେ ସେତ ସମ୍ରାଟ l

ଧନ୍ୟ ତୁ ଆମର ମେଘୁଆ ପାଗ

ତୋ ପାଇଁ ହୁଅନ୍ତି ସବୁ ସଜାଗ l


Rate this content
Log in

Similar oriya poem from Classics