STORYMIRROR

Secret Superstar

Inspirational Children

3  

Secret Superstar

Inspirational Children

ମୋତେ କରିଦିଅ କ୍ଷମା

ମୋତେ କରିଦିଅ କ୍ଷମା

1 min
143

ତୁମକୁ ଭଲପାଏ ବୋଲି 

     ବାରବାର ମୁ କହଇ. କିନ୍ତୁ ...

 ବଦଳିବାକୁ ଚାହେଁନା ମୁ ତୁମ ପାଇଁ 

ପ୍ରଭୁ ତୁମ ଖୁସି ଠାରୁ ବଳି 

 ମୋ ଖୁସି ବଡ ମୋ ପାଇଁ 

      ହୃଦୟରେ ଆସେ କିନ୍ତୁ 

କହେ ରେ ଚାଲାକି ମନ 

      ଏ ଛଳନା ନୁହେଁ ତ ଆଉ କଣ 

    ହେ ପ୍ରିୟପରମ ମୋର 

ମୋତେ କରିଦିଅ କ୍ଷମା 

       ଏପରି ଭୁଲ୍ ଆଉ କରିବିନି ଜମା ।।


ତୁମ ପସନ୍ଦିତା ଖାଦ୍ୟ 

        ନୁହେଁ ମୋର ପ୍ରିୟ 

 ତୁମ ଜୀବନଶୈଳୀ 

         ମୋଠୁ ଅନେକ ଦୂର ପରି 

     ସପନରେ କେବେ 

    ଭାବିନି ହେବାକୁ ତୁମ ପରି କିନ୍ତୁ 

ତୁମର ଆଦେଶକୁ ଅବମାନ କରି 

       ଆଶୀର୍ବାଦ ମାଗେ ଅଭିମାନ କରି ll


     ହୃଦୟରେ ଆସେ କିନ୍ତୁ 

କହେ ଯାର ଆଦର୍ଶେ ତୁ ଜିଇଁ ନାହୁଁ କେବେ 

         ତାଙ୍କୁ ଜୀବନ ମାଗୁ ତୁ କେଉଁ ଗରବେ 

   କହେ ରେ ଚାଲାକି ମନ 

      ଏ ଛଳନା ନୁହେଁ ତ ଆଉ କଣ 

   ହେ ପ୍ରିୟପରମ ମୋର 

ମୋତେ କରିଦିଅ କ୍ଷମା 

    ଏପରି ଭୁଲ୍ ଆଉ କରିବିନି ଜମା ।।


ତୁମ୍ଭ ଚଳନକୁ ଭୁଲିଯାଇ 

       ଚରଣ ପୂଜାର ଫାଙ୍କି ମୁ ମାରଇ 

 ଶପଥ କରୁଛି ତୁମରି ପାଶେ 

          ଜିଇଁବି ଜୀବନ ତୁମରି ଆଦର୍ଶେ 

 ତୁମ୍ଭର ପସନ୍ଦ ସବୁ ମୋର ପ୍ରିୟ 

       ତୁମେ ହିଁ ମୋ ଆଦର୍ଶ ମୋ ପରମ

ପ୍ରେମମୟ ଏତିକି ବିନତୀ ପ୍ରଭୁ

ତୁମ ପାଶେ ମୋର 

     ଶକ୍ତି ଦିଅ ଚାଲିବାକୁ ଈଛାରେ ତୁମର 

ତୁମ୍ଭ ଠାରୁ ପ୍ରିୟ କେ ନଆସୁ ଜୀବନେ 

        ଏତିକି ହୃଦୟରୁ ଜଣାଏ ନିବେଦନେ 

   ହେ ପ୍ରିୟପରମ ମୋର 

ମୋତେ କରିଦିଅ କ୍ଷମା 

  ଏପରି ଭୁଲ୍ ଆଉ କରିବିନି ଜମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational