STORYMIRROR

Chaturbhuja Sahoo

Children

3  

Chaturbhuja Sahoo

Children

ଘୁମୁରୁ ଘୁମୁରୁ ଘୁମୁରୁ ପାରା

ଘୁମୁରୁ ଘୁମୁରୁ ଘୁମୁରୁ ପାରା

1 min
144

ଘୁମୁରୁ ଘୁମୁରୁ ଘୁମୁରୁ ପାରା

ଚାଳରେ ଘୁମୁରୁ ଥା ଦିନସାରା

ତୋର ପାଖେ ଅଛି ତୋ' ପରିବାର

ସୁଖେ ଦୁଃଖେ ଚଳେ ତୋ ପରିବାର।


ଘୁମୁରୁ ଘୁମୁରୁ ଘୁମୁରୁ ପାରା

କୁଟାକାଠି ଭରା ତୋ ଘର ପରା

ଖାଇ ପିଇ ଦେଇ ଶୋଇବ ଘରେ

ଅଳିଆ ଫିଙ୍ଗୁଛ ଆମ ଦୁଆରେ ।


କେତେ ଯତନରେ ମାଆ ମୋହର

ନିତି ଝାଡୁ କରେ ଦାଣ୍ଡ ଦୁଆର ।

ନିଜ ଅଣ୍ଡା , ଛୁଆ ଦିଅ ଗଡ଼ାଇ

ଅକାଳେ ପରାଣ ନିଅ କିମ୍ପାଇଁ ‌।


ଘୁମୁରୁ ଘୁମୁରୁ ଘୁମୁରୁ ପାରା

କିଛି ବି ବୁଝୁନା କାହିଁକି ପରା 

ବୁଲୁଛ ଖେଳୁଛ ଜଗତ ସାରା 

ବିରାଡ଼ି ଆସିଲେ ନ ଦିଅ ଧରା ।


ଖୁଦ ମଳୁଖକୁ ମାଆ ମୋହର

ରଖିଛି ଯତନେ ଖାଦ୍ୟ ତୋହର 

ଖାଇ ଦେଇ ଖାଲି ଘୁମୁରୁ ଥାଆ

ମନ କଲେ ଉଡି ଆକାଶେ ଯାଆ ।


ଘୁମୁରୁ ଘୁମୁରୁ ଘୁମୁରୁ ପାରା

ଆସ ମୋ' ଅପାଲା ଦେଖିବ ପରା

ତୁମକୁ ଦେଖି ସେ ହୋଇବ ଖୁସି 

ପିଠିକୁ ତୁମର ଦେବ ଆଉଁସି ।


ଆସ ଆସ ଆସ ଘୁମୁରୁ ପାରା 

ମୋ' ଝିଅ ରଖିଛି ହସ ପସରା

ଗାଇବ ଭଜନ ମାରିବ ତାଳି

ରାଧା ମାଧବ ଙ୍କ ମୁରଲି ଭଳି ।


ଘୁମୁରୁ ଘୁମୁରୁ ଘୁମୁରୁ ପାରା

ଆସି ଅପାଲାକୁ ଦିଅ ଗୋ ଧରା

ଚାଳରୁ ଓହ୍ଲାଇ ତା'ପାଖେ ବସ

ଅପାଲା ହସିବ ଠୋ ଠୋ ହସ ।


ମାଆ କୁ କହିଛି କାଲି ଠୁ ଯାଇ 

ଦୁଧ ଭାତ ଖୁଦ ଦେବ ଖୁଆଇ

ଆନନ୍ଦେ ଗାଇବ ଜଗା ଭଜନ

ଘୁମୁରୁ ପାରା ରେ ଲାଖିଛି ମନ ।


ଘୁମୁରୁ ଘୁମୁରୁ ଘୁମୁରୁ ପାରା

କେଡେ ନୀରିହ ତୋ'ଚାହାଣି ପରା

ଆକାଶକୁ ଯେବେ ଯିବୁରେ ତୁହି

ଚାନ୍ଦ ଆଣିଦେବ ଅପାଲା ପାଇଁ ।


ଚାନ୍ଦ ଦେଖି ଧନ କାନ୍ଦିବ ନାହିଁ

ଘୁମୁରି ଘୁମୁରି ଶୋଇବ ଯାଇ 

ଅପାଲାକୁ ମୋର ଦିଅ ଗୋ'ଧରା

ଘୁମୁରୁ ଘୁମୁରୁ ଘୁମୁରୁ ପାରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children