ଲୋକମାନ୍ୟ ତିଲକ୍
ଲୋକମାନ୍ୟ ତିଲକ୍


ଜାତି ନନ୍ଦିଘୋଷେ ରଥୀ ବାଲ୍ ଗଙ୍ଗାଧର l
ତିଲକ ମୋ ଜାତି କୁଳେ ତୀଳକ ପ୍ରବର ll
ବାଗ୍ମୀ ଜାତିପ୍ରେମୀ ଜନନେତା ବ୍ରହ୍ମବାଦୀ l
ଗୀତା ରହସ୍ୟ ବାଣ୍ଟିଲ ଦିବ୍ୟ ଜ୍ଞାନ ସାଧି ll
ସ୍ବାଧିନଚେତା, ନିର୍ଭୀକ, ସତ୍ୟସନ୍ଧ ବୀର l
ଗାନ୍ଧୀଙ୍କୁ କରିଲ ଦେଶ ମନ୍ତ୍ରେ ଆଗୁସାର ll
ସ୍ୱାଧୀନତା ଅଟେ ମୋ'ର ଜନ୍ମ ଅଧିକାର l
ଇଂରେଜ ହାରିଲେ ନିଦ ନାଦ ଭୟଙ୍କର ll
ସ୍ବାଧୀନ ସମରେ ତୁମେ ଭାରତର ଲାଲ୍ l
ଲାଲ୍ ବାଲ୍ ପାଲ୍ ତ୍ରୟ କଲ କି କମାଲ ll
ଗଣେଶ ଚତୁର୍ଥୀ ଏବେ ଆସୁଅଛି ଆଗେ l
ତିଲକଙ୍କ ଜୟକାର ମହାରାଷ୍ଟ୍ରେ ଶୁଭେ ll
ଜାଲିଆନାବାଗେ ସେ ନିଷ୍ଠୁର ଗଣହତ୍ୟା l
ଦାରୁଣ ବ୍ୟଥା ପାଇଲ ବନ୍ଦ କଲ ବାର୍ତ୍ତା ll
ଯଥାର୍ଥେ ତୁମ୍ଭେ ଅଟ ଏ ଜାତିର ନିର୍ମାତା l
ମହାମନା ଭାରତର ସୌଭାଗ୍ୟ ବିଧାତା ll
ପ୍ରଣାମ ପ୍ରଣାମ ଆହେ ସର୍ଵ ଲୋକମାନ୍ୟ l
ଭାରତମାତାର ତୁମ୍ଭେ ସୁଯୋଗ୍ୟ ସନ୍ତାନ ll