STORYMIRROR

SUKANTA KHANDA

Children

3  

SUKANTA KHANDA

Children

ବର୍ଷା ଓ ଚାଷୀ

ବର୍ଷା ଓ ଚାଷୀ

1 min
149


ବରଷା ଆସିଲା ବୋଲିକି ମରତେ

   ଚାଷୀଙ୍କ ବଡ଼ ଆନନ୍ଦ

ହଳ ବଳଦଙ୍କୁ ସାଙ୍ଗରେ ଧରିକି

  ତୁଣ୍ଡରେ ଗୀତ ଗୋବିନ୍ଦ।୧

ପତି ବିଲ ମଧ୍ଯେ ହଳ କରୁଅଛି

  ଭାତ ପତ୍ନୀ ଆଣୁଅଛି

ଖାଇବା ହେଉଛି ବସି ହୁଡା଼ ମଧ୍ଯେ

   ବରଷା ବରଷୁ ଅଛି।୨

ବଡ଼ ଆହ୍ଲାଦିତ ଦୁଇ ପତିପତ୍ନୀ

  ଚାଷ କରିବାକୁ ଯାଇ

ମୁଣ୍ଡରେ ଭିଡି଼ଛି ପତି ତା' ଗାମୁଛା

   ପତ୍ନୀ କାନି ଅଣ୍ଟେ ଥୋଇ।୩

ମତୁଆଲା ମନେ କାମ କରୁଛନ୍ତି

  ଯେବେ ପତ୍ନୀପତି ଦୁଇ

ଆଈ ଦୂରେଥାଇ ଏ ଚାଷୀ ଦୁଇଙ୍କୁ

   ମଙ୍ଗଳ ମନାସୁ ଥାଇ।୪

ଧନ୍ଯ ତୁମେ ଦୁଇ ପତି ଆଉ ପତ୍ନୀ

  ଦେଶର ହିତରେ ଅଛ

ଦେଶକୁ ଆହାର ଯୋଗାଇବା ପାଇଁ

   ଶପଥ କି'ରେ ନେଇଛ?୫

ଡରିଯାଉ ନାହଁ ବରଷା ବିଜୁଳି

   ଆହା କି ତୁମ କରମ

ସପନେ ବିଭୋର ଜଗତ ରକ୍ଷାରେ

   ତୁମକୁ କୋଟି ପ୍ରଣାମ।୬

ଈଶ୍ବର କରନ୍ତୁ ହୁରୁଦୟେ ତୁମ

  ଶତସିଂହ ବଳ ଦେଉ

ବଞ୍ଚାଇ ରଖିବ ଏ ଜଗତ ଧାମ

 ତୋ' ପରି କେ'ଅଛି ଆଉ?୭

ତୁମେ ତ ସାକ୍ଷାତ ଈଶ୍ବରଙ୍କ ପରି

  ଯେବେ ଖାଦ୍ଯ ଯୋଗାଇବ

ଆଦ୍ଯ ବରଷାରେ ଆରମ୍ଭ କଲଣି

  ଚାଷୀର କରମ ଭାବ।୮

ଆଈଙ୍କର ଆଖି ଲାଖି ଯାଇଥିଲା

   ଚାଷୀ ଏ ଦୁଇଙ୍କ ପାଖେ

ଆଖିରୁ ଆନନ୍ଦେ ଲୁହ ଝରୁଥିଲା

  ଭବିଷ୍ଯ ଯେମିତି ଦେଖେ।୯

ଜୁହାର କରିଲା ଅନ୍ତର ମନରେ

    ଭାବ ଓ ଭକତି ଧରି

ଈଶ୍ବର ଦିଅନ୍ତୁ ଶକତି ସ଼ହିତ

   ପଡୁ ଆଶୀର୍ବାଦ ଝରି।୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children