STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ଏକା-ଏକା -ଡକ୍ଟର କୃତ୍ତିବାସ ନାୟକ

ଏକା-ଏକା -ଡକ୍ଟର କୃତ୍ତିବାସ ନାୟକ

1 min
195


ଏକା ସିନା ବୋକା ମିଶିଲେ ସାହସ ଏକା ସଦା ଅସହାୟ,

ଏକା ବସିଥିଲେ ଚିନ୍ତାଘାରେ ସିନା ମିଶିଲେ ବିତେ ସମୟ |


ଏକା ଖାଇ ଜଣେ ସୁଖ ପାଇପାରେ ଆନନ୍ଦ ପାଇବ ନାହିଁ,

ମିଳିତ ଭାବରେ ଖାଇଲେ ସୁସ୍ଵାଦ ଆନନ୍ଦ ପାଇବ ସେହି |


ଏକାଥିଲେ ନିଜ ସ୍ମୃତିକୁ ସୁମରି ହସିହେବ ମନେମନେ,

ପାଶେଥିଲେ କେହି ଖୋଲାମନ ନେଇ ହସି ପାରୁଥିବା ଆମେ |


ଏକା ଚାଲୁଥିଲେ ଥକ୍କାଲାଗେ ପୁଣି ବାଟଲାଗେ ବହୁଦୂର,

ସାଥୀ ଜଣେଥିଲେ ଦୂରପଥ ଯାତ୍ରା ହୋଇବ ସହଜତର |


ଏକା ଖେଳୁଥିଲେ ପ୍ରତିଯୋଗୀ ଭାବ ଜାଗ୍ରତ ହୋଇବ ନାହିଁ,

ମିଶି ଖେଳୁଥିଲେ ଜିତିବା ଆଶାରେ ମନହେବ ହାଇଁପାଇଁ |


ଏକା ଏକା କେହି ମଜା ପାଇଥିଲେ ସବୁ ଭୁଲି ହୋଇଯାଏ,

ସାଙ୍ଗ-ସାଥୀ ମିଶି ମଜା କରିଥିଲେ ସ୍ମୃତି ହୋଇ ରହିଯାଏ |


ଏକା ବଡ଼ କାମ କରିହୁଏ ନାହିଁ ସହଯୋଗୀ ହୁଏ ଲୋଡ଼ା,

ଏକା ଏକା ଜୀଇଁ ରହିବା ବିପଦ ଏକା ଏକା ଯାଏ ମଡ଼ା |



Rate this content
Log in

Similar oriya poem from Children