STORYMIRROR

Ajit Kumar Raut

Children

4  

Ajit Kumar Raut

Children

ଅନ୍ତରାଷ୍ଟ୍ରୀୟ DAUGHTERS DAY

ଅନ୍ତରାଷ୍ଟ୍ରୀୟ DAUGHTERS DAY

1 min
477

ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସମସ୍ତ ଝିଅଙ୍କୁ ମୋର,


ଦୁନିଆର ସୁଖ ମିଳୁ ହିଁ ତାଙ୍କରେ


ଏତିକି ମାଗୁଣି ମୋର।୧।


ଜଗନ୍ନାଥ ପଦେ ପ୍ରାର୍ଥନାଟି ମୋର


ସତ୍ଯ ପଥେ ରହୁ ପଥ,


ଜୀବନର ଯାତ୍ରା ସୁଖମୟ ହେଉ


ରହୁ ଧର୍ମପଥେ ପଥ।୨।


ଉନ୍ନତିର ମାର୍ଗ କର୍ମପଥେ ରହୁ


ରହୁ ସେବାଭାବ ମନ,


ମିଳୁଟି ସୁନାମ ଜୀବନ ଯାତ୍ରାରେ


କର୍ତ୍ତବ୍ୟ ପଥରେ ମନ।୩।


ଭକ୍ତି ମାର୍ଗ ହେଉ ଜୀବନର ପଥ


କର୍ମ ଜ୍ଞାନ ହେଉ ସାର,


ଅତିଥି ସେବାରେ ଆଗୁଆ ରୁହନୁ


ଭକ୍ତି ଗୁରୁ ଜନ ସାର।୪।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସମସ୍ତ ଝିଅଙ୍କୁ ମୋର,


ଦୁନିଆର ସୁଖ ମିଳୁ ହିଁ ତାଙ୍କରେ


ଏତିକି ମାଗୁଣି ମୋର।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children