STORYMIRROR

Kamalini Panigrahi

Inspirational Children

4  

Kamalini Panigrahi

Inspirational Children

ସନ୍ତାନ

ସନ୍ତାନ

1 min
325

ପିତୃତ୍ଵର ପରିଚୟ ଦିଏ ଯିଏ

ପୁରୁଷଙ୍କୁ ସମାଜରେ

ନାରୀକୁ ଦିଏ ସେ ପୂର୍ଣ୍ଣତା ଜୀବନେ

ତାକୁ କହୁ ସନ୍ତାନରେ।।

ବକ୍ଷରୁ ନିଗାଡି ଅମୃତର ଧାରା

ବରଷି ଦିଅଇ ନାରୀ

ସନ୍ତାନ ପାଇଁକି ଗର୍ବେ ହୋଇପାରେ

ମାତୃତ୍ୱର ଅଧିକାରୀ।।

ପିତା ମାତାଙ୍କର ପରିଚୟ ନେଇ

ବଞ୍ଚେ ସମାଜେ ସନ୍ତାନ

ଶିକ୍ଷା,ସଂସ୍କାର ଓ ସ୍ନେହ ପ୍ରେମ ପାଇ

ବଢେ ରଖି ବଂଶ ମାନ।।

ଶିଷ୍ଟାଚାର,ସଦଗୁଣ,ଭଲମନ୍ଦ

ଶିଖେ ସେ ପରିବାରରୁ

ଶିଶୁସୁଲଭରୁ କୋମଳ ମନରେ

ଗଢ଼ିହୁଏ ହୃଦୟରୁ।।

ଉତ୍ତମ ସଂସ୍କାର ଆଧ୍ୟାତ୍ମିକତାକୁ

ଯଦି ସେ ଗ୍ରହଣ କରେ

ସମାଜରେ ଏକ ଉତ୍ତମ ସନ୍ତାନ

ପଦବାଚ୍ୟ ହୋଇପାରେ।।

ପୁଅଝିଅଙ୍କୁ ଯେ ସମାନ ଭାବରେ

ଦେଖେ ଯେଉଁ ପରିବାର

ଦୁଃଖ,କ୍ଳେଶ ଆଉ ଅନ୍ୟାୟ ଅନୀତି

ସେ ଘରୁ ହୁଅଇ ଦୂର।।

ନୀତି,ଆଦର୍ଶ ଓ ଉତ୍ତମ ଚରିତ୍ରେ

ଗଢ଼ିବାକୁ ସନ୍ତାନକୁ

ପ୍ରତି ପିତାମାତା ଚାହାନ୍ତି ହୃଦୟେ

ଭୂଲି ଯେ ଦୁଃଖ କଷ୍ଟକୁ।।

ଶିକ୍ଷା,ଦୀକ୍ଷା ଆଉ ସମାଜ ଚଳଣି

ଶିଖାଇ ବଡ କରନ୍ତି

ଯଶ,କୀର୍ତ୍ତି ଆଉ ମାନ ସନମାନ

ରଖିବ ବୋଲି ଭାବନ୍ତି।।

ପ୍ରଥମ ଶିକ୍ଷାକୁ ପାଏ ସନ୍ତାନଟି

ମାତା ପିତାଙ୍କ ପାଖରୁ

ସ୍ନେହ,ବନ୍ଧନ ଓ ଏକସୂତ୍ର ଭାବ

ଶିଖେ ଯେ ପରିବାରରୁ।।

ସଂପ୍ରତି ସମାଜେ ଶିକ୍ଷାର ଗୁରୁତ୍ୱେ

ସଂସ୍କାର ଯାଏ ଉଭେଇ

ସାମାଜିକ ବନ୍ଧନ ଓ ମର୍ଯ୍ୟାଦାକୁ

ସନ୍ତାନ ଦେଲେ ଦୂରେଇ।।

ନୀତି, ନିୟମ ଓ ମାନ ସମ୍ମାନର

ଲକ୍ଷ୍ମଣ ରେଖାକୁ ଡେଇଁ

କଳଙ୍କିତ ଅଧ୍ୟାୟର ସୃଷ୍ଟିହୁଏ

ଆଗାମୀ ପିଢ଼ିର ପାଇଁ।।

ଯୌଥ ପରିବାର ଶିକ୍ଷା ଓ ସଂସ୍କାର

ଦିଅ ବାଲ୍ୟରୁ ସନ୍ତାନେ

ବୈକୁଣ୍ଠ ସମାନ ହେବ ଏ ସଂସାର

ହେଜି ଥାଅ ତୁମେମନେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational