STORYMIRROR

Ratinarayan Rout

Inspirational Others Children

4  

Ratinarayan Rout

Inspirational Others Children

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
152

ଗଣେଶ ଚତୁର୍ଥୀ(ରାଗ -ଚୋଖି )


ଭାଦ୍ରଶୁକ୍ଳପକ୍ଷ ଧନ୍ୟ   ତିଥି ଚତୁର୍ଥୀର ଦିନ

   ମାତା ଅଙ୍ଗ ମଳୁ ପ୍ରଭୁ ହେଲ ଜନମ

ଅଗ୍ରପୂଜ୍ୟ ଭଗବାନ   ବିଘ୍ନକର ବିନାଶନ

  ସାରା ଜଗତେ ଅପାର ମହିମା ତୁମ 

    ସର୍ବଦେବ ଆଶିଷ ପ୍ରାପ୍ତ 

  ଏକଦନ୍ତ ମହାକାୟ  ମହାପଣ୍ଡିତ ll1ll

ବିଦ୍ୟାବୁଦ୍ଧି ଜ୍ଞାନଧନ  ରିଦ୍ଧିସିଦ୍ଧି କଲ ଦାନ

 ଅଜ୍ଞାନେ ମୁରୁଖେ ସବୁ ବିତରି ଜ୍ଞାନ

  ଚଢି ମୂଷିକବାହନ ଆହେ ପ୍ରଭୁ ଗଜାନନ

  ଯୁଗେ ଯୁଗେ ରଖିଅଛ ତୁମରି ମାନ

  ପରୀକ୍ଷାରେ ହେଲ ଉତୀର୍ଣ୍ଣ

 ପରିକ୍ରମି ପିତାମାତା ଜିତିଲ ମନ ll2ll

ହସ୍ତ ପଶାଙ୍କୁଶ ଧାରି ଲେଖନୀ ପୁସ୍ତକ ଧରି

  ଅମୃତ ବାଣ୍ଟୁଛ ପ୍ରଭୁ ଏହି ମହୀରେ 

ମୁକୁଟ ଶୋହେ ଶିରରେ ସୁନାକଙ୍କଣ ହାତରେ

 ଗଳେ ହାର କିଙ୍କିଣି ଯେ ଶୋହେ କଟିରେ

     ରାଶି ଲଡ଼ୁ ଧରିଛ ହାଥେ

 ମସ୍ତକେ ଚନ୍ଦନ ଶୋହେ ସିନ୍ଦୁର ସାଥେ ll3ll

ଆହେ ପ୍ରଭୁ ବିନାୟକ  ସଦବୁଦ୍ଧି ପ୍ରଦାୟକ

  ଗଣନାୟକ ପ୍ରଭୁ ହେ କୃପା ନିଧାନ

ଅଭିଷ୍ଟ ପୁରଣ କର   ନାଶ ଅଜ୍ଞାନ ତିମିର

  ଜଗତକୁ ରକ୍ଷା କର ମିନତି ଘେନ

     ତୁମ ପାଦେ ବିନତି କରୁ

  ରୋଗ ଦୁଃଖ କଷ୍ଟ ଦୂର କର ସଂସାରୁ ll4ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational