STORYMIRROR

Debadatta Jena

Children Stories Classics Inspirational

4  

Debadatta Jena

Children Stories Classics Inspirational

ଝୁଲା ଝୁଲ୍

ଝୁଲା ଝୁଲ୍

1 min
318

ଝୁଲା ଝୁଲରେ ହାତୀ ଝୁଲ୍,

ତୋ କରମ ଦୋଳିରେ ତୁ ଝୁଲ୍,

ଶପତ ରାତିକୁ ଏକ ରାତି ଭାବି 

ତୋର ସୁନା ସଜରେ ତୁ ଝୁଲ୍

ଅମା ରାତି ସଜ ଫୁଲେ ଫୁଲ ।

ଝୁଲା ଝୁଲରେ ହାତୀ ଝୁଲ୍,

ତୋ ଧରମ ଦୋଳିରେ ତୁ ଝୁଲ୍,

କୋଳ ଝୁଲଣାକି ମନକୁ ନପାଏ 

ଏ ଅଷ୍ଟମ ଗରଭେ ତୁ ଫୁଲ୍

ତୋ ସପନ ଝୋଲିରେ ଝୁଲ୍..।

ଝୁଲା ଝୁଲରେ ହାତୀ ଝୁଲ୍,

ସେ ଯମୁନା ପାଣିରେ ତୁ ଝୁଲ୍..,

ଝୁଲା ଝୁଲିଲାଣି ସଇ ସୁନାଗରୀ,

ନନ୍ଦ ଦୁଲଣୀ ଝୁଲଣା ତୁ ଝୁଲ୍

ମନ ପବନ ଦୋଳିରେ ଝୁଲ୍..।

ଝୁଲା ଝୁଲରେ ହାତୀ ଝୁଲ୍,

ଗୋପ ଗୋପାଳୁଣୀ ସଂଗେ ଝୁଲ୍

ଚିଟାଉ ଆସୁଛି ବାରତା ଆସିବ,

କେତେ ଝୁଲୁଛୁ ତୁ ଝୁଲ୍ ଝୁଲ୍

ମଥୁରା କଟକେ ଫୁଲ୍ ଫୁଲ୍..।

ଝୁଲା ଝୁଲରେ ହାତୀ ଝୁଲ୍,

କ୍ଷୀର ସର ଲହୁଣୀ ଖାଇ ତୁ ଫୁଲ,

ହସୁଚି ନାଗର ମାମୁଁ କଂସ ରାଜ

ଫେଡ଼ିଛି ଅକ୍ରୁର ଧରି ଅଛି ସାଜ,

ସେ ଝୁଲଣ ମଞ୍ଚରେ ଝୁଲ ଝୁଲ୍..।

ଝୁରୁଛି ଯମୁନା, ଝୁରେ ସେ କଦମ୍ବ

ଝୁରେ ସଇ ସାଙ୍ଗ ତୁ କାହିଁ ଭୂଲ୍,

ନନ୍ଦ ଗୋପବାଳୀ ଅଇଁଚ୍ଛା କଲେଣି

ସେ ଅଝଟ ଦୋଳିରେ ତୁ ଝୁଲ୍,

ସେ ମରମ ଗଞ୍ଜଣା ଝୁଲ ଝୁଲ୍..।

ଝୁଲା ଝୁଲରେ ହାତୀ ଝୁଲ୍

ତୋ ଗହନ ଗହଳେ ତୁ ଝୁଲ୍ଲ

ନିଃଶବ୍ଦ ଏ ରାତି ଦୁଲୁକେ ଏ ଛାତି,

ଏ ଅଷ୍ଟମୀ ତିଥିରେ ତୁ ଝୁଲ୍

ଏ ପରବ ଗରବେ ତୁ ଝୁଲ୍,

ଝୁଲା ଝୁଲରେ ହାତୀ ଝୁଲ୍

ପ୍ରେମର ଦୋଳିରେ ତୁ ଝୁଲ୍..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍