Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KSHIRADRI SAHU

Children

4  

KSHIRADRI SAHU

Children

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
545



ଦେଖାଦେଉ ଲୁଚିଯାଉ

ବୁଝେନା‌ହିଁ ମନ,

ବୁଝେନା‌ହିଁ ମନଝୁରେ

ମୋ କାଳିଆ ଧନ,

ମୋ କାଳିଆ ଧନ ଆହେ ମୋ କାଳିଆ ଧନ ।


ଜଗତେ ସୁନ୍ଦର ତୁହି

ଜଗତର ରାଜା,

ଶ୍ରୀକ୍ଷେତ୍ର ତୋ ରାଜଧାନୀ

ସର୍ବେ ତୋର ପ୍ରଜା,

ମୋ କାଳିଆ ରାଜା ଆହେ ମୋ କାଳିଆ ରାଜା ।


ଗରିବର ସାଥି ତୁହି

ନାମ ଦୀନବନ୍ଧୁ,

ଭକ୍ତକୁ ତୋ କୃପା ମିଳେ

ନାମ କୃପାସିନ୍ଧୁ,

ନାମ କୃପାସିନ୍ଧୁ ଆହେ ନାମ କୃପାସିନ୍ଧୁ ।


ଦାସିଆ ନଡିଆଖିଆ

ପତିତପାବନ,

ଆରତ୍ତ ତାରଣ କରୁ

ପ୍ରଭୁ ଆର୍ତ୍ତତ୍ରାଣ,

ପ୍ରଭୁ ଆର୍ତ୍ତତ୍ରାଣ ଆହେ ପ୍ରଭୁ ଆର୍ତ୍ତତ୍ରାଣ ।


ଦିନ ଦୁଃଖିଙ୍କ ଭରସା

ଅନାଥର ନାଥ,

ଜଗତ ଗୋସେଇଁ ବୋଲି

ଡକା ଜଗନ୍ନାଥ,

ଡକା ଜଗନ୍ନାଥ ଆହେ ଡକା ଜଗନ୍ନାଥ ।



Rate this content
Log in

Similar oriya poem from Children