STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଶିଶୁ ରାଇଜ

ଶିଶୁ ରାଇଜ

1 min
403


ବୁଲି ଯାଇଥିଲି ଶିଶୁ ରାଇଜକୁ

ଦେଖିଲି କଣ୍ଢେଇଟିଏ

ପଚାରିଲି ତୁମେ କେମିତି ରହିଛ

ହସିଦେଇ କାଣିଚାଏ।

 ବୁଝିଗଲି ମୁହିଁ କଣ୍ଢେଇର ମନ

ଭାରି ଆନନ୍ଦରେ ଅଛି

ସେପଟେ ଦେଖିଲି କୁକୁର ଶୋଇବା

ନାତି ମୋ' ଗେଲ କରୁଛି।

ଭାଲୁ କଣ୍ଢେଇଟି ଆଖିଠାର ମାରି

କହିଲା ଆମେ ଏ ଭୂମେ

ଶିଶୁଙ୍କର ମନ ଗହନ ଭିତରେ

ଲାଖି ଯାଇଅଛୁ କାମେ।

ପାଖରେ ଗୋଟିଏ ବେଲୁନ୍ ପଡି଼କି

ପବନରେ ଉଡି଼ଉଡି଼

କହିଲା ତୁମ ସେ ନାତି ସରବଦା

ବସି ଖେଳୁଥାଏ ଭିଡି଼।

ହାତୀ କଣ୍ଢେଇଟି ଶୁଣ୍ଢକୁ ଟେକିକି

ଠିଆ ହୋଇଥିବା ବେଳେ

ନିରେଖି ଚାହିଁଲି ହସିକି କହିଲା

ସାଙ୍ଗ ପରା କାଳେକାଳେ।

ସେପଟେ ଦେଖୁନ କିସମ କିସମ

ଗାଡି଼ ଘୋଡା଼ ମାଳମାଳ

ଯାହାକୁ ଚାହିଁବ ତା'ସାଥେ ଖେଳିବ

ନକରି ମନରେ ଗୋଳ।

ତୁମ ନାତିଙ୍କର ଯେବେ ସାଙ୍ଗ ଆମେ

ତୁମେ ବି ସାଙ୍ଗ ହେଉନ

ଆକାଶ ବୁକୁରେ ଖେଳିବାରେ ସବୁ

ହୋଇ ଧ୍ଯାନ ଏକ ମନ।

କୁକୁଡା଼ ବତକ ମୟୂର ଶିଆଳ

କଇଁଚ କୁମ୍ଭୀର ଯେତେ

ସବୁ କଣ୍ଢେଇ ହିଁ ହାଟ ବସେଇଲେ

ଶିଶୁ ଏ ରାଇଜ ସତେ।

ନୀଳ ଆକାଶଟା ସୁନ୍ଦର ନିଶ୍ଚୟ

ସୁନ୍ଦର ଗହନ ବନ

ସମୁଦ୍ର ପାହାଡ଼ ବିଲ ଓ ପ୍ରାନ୍ତର

ଦେଖି ପୁରିଉଠେ ମନ।

ସତେ ଏ ଶିଶୁଙ୍କ ରାଇଜଟା ଆଜି

ନାତିଙ୍କ ନିଜର ହେଲା

ମୋର ମନ ମଧ୍ଯ ଉଚ୍ଛନ୍ନ ସେ କ୍ଷଣି

ହୃଦୟ ଟାଣି ନେଲା।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children