Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଘର ଘର ଜାତୀୟ ପତାକା ତ୍ରିରଙ୍ଗା

ଘର ଘର ଜାତୀୟ ପତାକା ତ୍ରିରଙ୍ଗା

1 min
119


ପଞ୍ଚସ୍ତରୀ ବର୍ଷ ହୋଇଛି ପୁରଣ, ଜାତୀୟ 

ତ୍ରିରଙ୍ଗା ଦେଖ ଉଡୁଛି ଘରେ ଘରେ,

ଗୌରବମୟ ଇତିହାସ ଗାନ କରୁଛନ୍ତି 

ସମସ୍ତେ ଅତୀବ ଆନନ୍ଦରେ ।


ଉପରେ ନାରଙ୍ଗି ମଧ୍ୟରେ ଧବଳ ତା'ମଧ୍ୟେ 

ପରା ଅଛି ତ ଅଶୋକ ଚକ୍ର,

ସବୁଜ ରଙ୍ଗଟି ତଳେ କାହିଁକି ରହିଛି ଏହାକୁ

ମନରେ ସରବେ ରଖ ।


ନାରଙ୍ଗି ରଙ୍ଗଟି ଆମକୁ ମନେ ପକାଇ ଦିଏ 

ଆମ ସାହସ ବୀରତ୍ୱ ଭାବ,

ଧଳା ରଙ୍ଗ ଦେଖାଏ ଆମକୁ ସତ୍ୟ ଶାନ୍ତି ମୈତ୍ରୀ 

ଓ ସବୁଜ ରଙ୍ଗଟି ଭ୍ରାତୃତ୍ୱ ଭାବ ।


ଅଶୋକ ଚକ୍ରଟି ସୂଚାଇ ଦିଅଇ ଆମର

ପୂର୍ବ ପୁରୁଷର ଗର୍ବ ଓ ଗୌରବ

ମୁକ୍ତ ଆକାଶର ବିହଙ୍ଗ ଆମେରେ କରିବା ଆମ

ଦେଶକୁ ନଥିବ ଯେଉଁଠି ଭେଦଭାବ ।


ଏ ସବୁ ବିଷୟକୁ ମନ ମଧ୍ୟେ ନେଇ

ଜାତୀୟ ପତାକା ହୋଇଲା ପରା ଚୟନ

ପିଙ୍ଗଲି ଭେଙ୍କୟା କଲେ ନିର୍ମିତ ଉଣେଇଶ

ସତଚାଳିଶ ମସିହା ଜୁଲାଇ ବାଇଶି ଦିନ ।


ବୀର ପ୍ରସବିନୀ ଭାରତ ଜନନୀ ସଦା ସର୍ବଦା 

ଅହିଂସା ମନ୍ତ୍ରରେ ଦୀକ୍ଷିତ

ସମ୍ବିଧାନ ଆମ ଦିଏ ଏହି ବାର୍ତ୍ତା ଆମେ ତିଆରି 

କରିବା ଦେଶରେ ସ୍ୱଛ ଗଣତନ୍ତ୍ର  ।


ସତ୍ୟମେବ ଜୟ ଶିଖାଏ ଆମକୁ ଆମରି ଶାସନ

ହେବ ଆଇନ ଓ ନ୍ୟାୟର ଆଧାର

ନଥିବ ଭେଦଭାବ, ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିୟାନ

ଅଟନ୍ତି ସନ୍ତାନ ଭାରତ ମାଆର ।


ମନରେ ଭାବିବା, ଦିନ ପରେ ଦିନ ଚାଲିଯାଏ 

ହେଲେ ବିକାଶ ଆମର କାହିଁ,

ବିଭିନ୍ନ ସମସ୍ୟା ଘେରରେ ଆଜି ମୋ ଭାରତ

ଶୋଷଣ ଅସହ୍ୟ ଗଲାଣି ହୋଇ ।


କହୁଛେ ଆମେ ସଂସ୍କୃତିରେ ଧନୀ, ସଂସ୍କାରରେ 

ଉଚ୍ଚ, ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଏ

ଋଷି ମୁନି ଯୋଗୀଙ୍କର ଦିବ୍ୟ ଅନୁଭୂତି ଥାଇ

ଗରିବର ଦୁଃଖ କିଆଁ ବଢି ବଢି ଯାଏ ।


ଯାହା ନାହିଁ ବିଶ୍ବେ ତା ଅଛି ଭାରତେ, ତେବେ

ଭାରତୀୟ ଆଜି କିଆଁ ମହଙ୍ଗା ମାଡରେ 

ଗରିବ ହୁଏ ଲହୁ ଲୁହାଣ, କିଛି ଲୋକ କାହିଁକି 

ଶୁଅନ୍ତି ପୁଳାପୁଳା ଟଙ୍କା ବିଡା ଉପରେ ।


କିଛି ଲୋକଂକୁ ରୁଚୁନି ବିରିଆନି କ୍ଷୀର ସରପୁଳି

ଓ କିଛି ଲୋକ ଭାଗ୍ୟରେ ଦୁଃଖ ଲେଖା

ତ୍ରୀତଳ ପ୍ରାସାଦେ ଲୋକ ଶୁଅନ୍ତି, କିଏ ରହେ ଗଛ ମୂଳେ,

ଏ କଥା କଅଣ ଗଣତନ୍ତ୍ରର ସମାନତା ଶିକ୍ଷା ।

 

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ 

ଉଠରେ ଉଠରେ ଉଠ ସବୁ ଭାରତୀୟ

ସାଜିବାନି ମୁକ, ଦେଶର ସ୍ବରାଜ୍ୟ ପାଇଁ ଅଛି 

ଯେତେ ଖାଲ, ଦୂର କରିବା ହୋଇ ନିର୍ଭୟ  ।


Rate this content
Log in

Similar oriya poem from Inspirational