STORYMIRROR

Satyanarayan Sahoo

Abstract Romance Children

3  

Satyanarayan Sahoo

Abstract Romance Children

ରଙ୍ଗରେ ରଙ୍ଗୀନ

ରଙ୍ଗରେ ରଙ୍ଗୀନ

1 min
146


ଇନ୍ଦ୍ରଧନୁ ଶୋଭା ଦିଶଇ

ସାତ ରଙ୍ଗ ରେ ତୋରା

କେଡେ ଚମତ୍କାର ତାହାର

ରଙ୍ଗାୟିତ ସେ ଧାରା ।

ବନେ ଉପବନେ ବିଲରେ

ଅବା କେଦ।ରେ ଦେଖ

ବର୍ଣ୍ଣାଢ଼୍ୟ ସୁଷମା ଲହରୀ

ଶସ୍ୟ , ଫୁଲ ଓ ବୃକ୍ଷ ।

ନାନା ପ୍ରକାର ରେ ରଙ୍ଗରେ

ଦିଶେ କେଡେ ରଙ୍ଗୀନ

ଫୁଲ, ଫଳ, ଶସ୍ୟ ତୃଣ ଓ

ଗୁଲ୍ମ ବଳ୍ଳୀ ଉଦ୍ୟାନ ।

ଜଳ ସ୍ଥଳ ବନ ଗିରି ଓ

ଆକାଶ କି ସୁନ୍ଦର

ଦିଶେ ଆଲୋକ ରେ ରୁଚିର

ଆହା କି ମନୋହର ।

ଜାତୀୟ ପତାକା ଦିଶଇ

ତିନି ରଙ୍ଗରେ ଶୋଭା

ଆହା କି ରଙ୍ଗୀନ ଲଳିତ 

ଲାଗେ ସୁମନଲୋଭା ।

ଯେଣେ ଅନାଇବ ତହିଁରେ

ନାନା ସ୍ଥାନେ ରଙ୍ଗୀନ

ବର୍ଣ୍ଣାଢ଼୍ୟ ଉତ୍ସବ ସାଜ ରେ

ପ୍ରକୃତି ପରିପୂର୍ଣ୍ଣ ।


Rate this content
Log in

Similar oriya poem from Abstract