ଜାତୀୟ ପତାକା ଆମ ପ୍ରତୀକ
ଜାତୀୟ ପତାକା ଆମ ପ୍ରତୀକ
ଜାତୀୟ ପତାକା ଆମ ପ୍ରତୀକ
ଗୌରବ କେତନ ଗାରିମା ଟେକ ।
ତିନୋଟି ରଙ୍ଗରେ ଦିଶେ ରଙ୍ଗୀନ
କେଡେ ମନୋହର ହେଲେ ଉଡ୍ଡିନ ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ସମାନତା ସ୍ଥାପେ ଏ ସମାଜରେ ।
ଜାତୀୟ ସଂହତି ଐକ୍ୟ ସୁରକ୍ଷା
କରେ ଅବିରତ ଏହି ପତାକା ।
ସତ୍ୟ, ଶାନ୍ତି ନ୍ୟାୟ , ମୈତ୍ରୀ ଏକତା
ମନ୍ତ୍ରରେ ମନ୍ତ୍ରୀତ କରେ ପତାକା ।
ପିଙ୍ଗଳୀ ଭଙ୍କିଆଙ୍କ ଉଦ୍ଭାବିତ
ତିନି ରଙ୍ଗେ ଚାରୁ ଶୋଭା ମଣ୍ଡିତ ।
ନାରଙ୍ଗୀ ଶ୍ବେତ ଓ ସବୁଜ ବର୍ଣ୍ଣ
ଘେନ ମନୋହର କି ଶୋଭାବନ ।
ଆକର୍ଷି ନିଅଇ ମନ ନୟନ
କରଇ ସବୁଠି ମନ ରଂଜନ ।
ମଧ୍ୟେ ରାଜେ ନୀଳ ଅଶୋକ ଚକ୍ର
ଶୁଭ୍ର ବର୍ଣ୍ଣ କୋଳେ ସୁଷମା ଚିତ୍ର ।
କେଡେ ଚମତ୍କାର ଦିଶେ ରୁଚିର
ଏଇ ପତାକାକୁ ପ୍ରଣାମ କର ।
ସ୍ୱାଧୀନ ଭାରତ ଜାତୀୟ ଚିହ୍ନ
ତ୍ରିରଙ୍ଗା କେତନ କେଡେ ଶୋଭନ ।
ଜାତୀୟ ପତାକା ଆମ ପ୍ରତୀକ
ତ୍ରିରଙ୍ଗା ଜାତୀୟ ଗୌରବ ଟେକ ।

