STORYMIRROR

Biswajita Baral

Inspirational Others Children

3  

Biswajita Baral

Inspirational Others Children

ରାକ୍ଷୀ

ରାକ୍ଷୀ

1 min
197


ରାକ୍ଷୀ ନୁହେଁ ସେତ ସୁରକ୍ଷା କବଚ 

ଭାଇ ସାଥେ ଭଉଣୀର,

ଭାଇ ହାତେ ବାନ୍ଧି ସେନେହର ଡୋର 

ଶୁଭ ମନାସଇ ତା'ର ।।


ପାଉଣା ମାଗେନା ପାଉଣା ଚାହେଁନା

ଉପହାର ମାଗେ ନାହିଁ 

ବିପଦେ ଆପଦେ ସବୁ ସମୟରେ 

ଭାଇ ତା’ ସାହା ହୁଅଇ ।।


ନିଆରା ସମ୍ପର୍କ ଭାଇ ଭଉଣୀର

ପବିତ୍ର ଏଇ ବନ୍ଧନ,

ଧନ ନୁହେଁ ଶ୍ରଦ୍ଧା ସୁସମ୍ପର୍କ ରହିଲେ

ରାକ୍ଷୀର ରହିବ ମାନ‌ ।।

     

ବ୍ରାହ୍ମଣୀ ବେଶରେ ବାନ୍ଧିଲେ କମଳା

ବଳି ରାଜା ହାତେ ରାକ୍ଷୀ

ଦ୍ଵାର ପାଳ ରୂପୀ ଗଦାଧରଙ୍କୁ 

ପାତାଳରୁ କଲେ ମୁକ୍ତି ।।

    

ମାତା କୁନ୍ତୀ ଦିନେ ରାକ୍ଷୀ ବାନ୍ଧି ଥିଲେ

ଶ୍ରୀକୃଷ୍ଣଙ୍କ ହାତେ ପରା

ପୁତ୍ର ପାଣ୍ଡବଙ୍କ ଜୀବନ ରଖିଲେ 

ଏ କାହାଣୀ ଅପାସୋରା।।


ଦ୍ଵାପର ଯୁଗରେ କୃଷ୍ଣଙ୍କ ହାତେରେ

ପାଞ୍ଚାଳୀ ବାନ୍ଧିଲେ ଡୋର 

କୋଟି ବସ୍ତ୍ର ଦେଇ ଶ୍ରୀକୃଷ୍ଣ ରଖିଲେ 

କୃଷ୍ଣାଙ୍କ ରାକ୍ଷୀର ଭାର ।।


ଅତ୍ୟାଚାରୀ କଂସ ପାଞ୍ଚଇ ଯୋଜନା 

କୃଷ୍ଣଙ୍କୁ ମାରିବା ପାଇଁ 

ଗୋପୀ ବାନ୍ଧି ଥିଲେ କୃଷ୍ଣ ହାତେ ରାକ୍ଷୀ 

ବିପଦୁ ଉଦ୍ଧାର ପାଇଁ ।।


ରାଣୀ କର୍ଣ୍ଣାବତୀ ହୁମାୟୁନ ହସ୍ତେ 

ବାନ୍ଧି ଦେଇଥିଲେ ରାକ୍ଷୀ

ସୁରକ୍ଷିତ ହେଲା ତାଙ୍କ ରାଜ୍ୟ ସୀମା 

ରହିଛି ଏହାର ଖ୍ୟାତି ।।


ରାଜା ପୁରୁ ହସ୍ତେ ରାକ୍ଷୀ ବାନ୍ଧିଥିଲେ 

ଆଲେକଜାଣ୍ଡାର ପତ୍ନୀ

କଉଶଳ ତହୁଁ ସଫଳ ହୋଇଲା 

ଯୁଦ୍ଧ ପରା ଗଲେ ଜିତି ।।


ଇତିହାସେ ଏହା କଳଙ୍କ ରଚିଲା 

ପୁରୁ ସରଳ ବିଶ୍ୱାସୀ

ବିଦେଶୀ ଶତ୍ରୁକୁ କରିଲେ ବିଶ୍ଵାସ  

କ୍ଷତି ହୋଇଥିଲା ବେଶୀ ।।


ରାକ୍ଷୀ ପୂର୍ଣ୍ଣିମାରେ ଭାଇର ହାତରେ

ଭଉଣୀ ବାନ୍ଧନ୍ତି ରାକ୍ଷୀ

ଭାଇର କର୍ତ୍ତବ୍ୟ ଭଉଣୀ ସୁରକ୍ଷା

ଜଗା ବଳିଆ ତା ସାକ୍ଷୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational