Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Children

3  

Satyanarayan Sahoo

Abstract Classics Children

ପବିତ୍ର ରକ୍ଷା ବନ୍ଧନ

ପବିତ୍ର ରକ୍ଷା ବନ୍ଧନ

1 min
152



ଆଜି ପବିତ୍ର ପରବ ରକ୍ଷାବନ୍ଧନ ବ୍ୟବସ୍ଥା 

ଭଳି ଭଳି କେତେ ରାକ୍ଷୀ ବଜାରରେ ବିକା ।

ହେଉ ଅଛି କିଣି ଆଣି ଭାଇଙ୍କ ହାତରେ

ଭଉଣୀ ମାନେ ହେ ବନ୍ଧିବେ ଶରଧା ଭରେ ।

ପବିତ୍ର ଉତ୍ସାହ ଭରି ଦିଏ ଏ ସବୁରି ମନେ

ସ୍ନେହ ସୌହାର୍ଦ୍ଦ୍ୟର ପରବ ରକ୍ଷା ବନ୍ଧନେ ।

ପିଠା ପଣା ଖାଇ ଗୀତ ଗାଇ ମଉଜରେ

ପାଳନ୍ତି ସକଳେ ଆଜି କି ଖୁସି ମନରେ ।

ବରଷକୁ ଥରେ ଆସେ ଏ ଗହ୍ମା ପୁନେଇଁ

ଆନନ୍ଦ ଉଲ୍ଲାସ ହୋନ୍ତି ଭାଇ ଓ ଭଉଣୀ ।

ଭାଇମାନଙ୍କର ହାତେ ଭଉଣୀଙ୍କ ରାକ୍ଷୀ

କରଇ ଶୋଭା ବର୍ଦ୍ଧନ ସ୍ନେହ ଶ୍ରଦ୍ଧା ମାଖି ।

ମହା ଭାରତୀୟ ଭାବ ସଂସ୍କୃତି ମହିମା

ଗାଥା ଗାଇ ପ୍ରସାରଇ ଏ ରାକ୍ଷୀ ପୂର୍ଣ୍ଣିମା ।

ବଳଭଦ୍ରଙ୍କ ଜନମ ଉତ୍ସବ ପାଳନ

ଶ୍ରୀ ମନ୍ଦିରେ ମଉଛବ ହୁଏ ଏହି ଦିନ ।

ରାଧାକୃଷ୍ଣ ମନ୍ଦିରରେ ଝୁଲଣ ପୂର୍ଣ୍ଣିମା

ନିଆରା ପରମ୍ପରାର ପ୍ରକାଶେ ସୁଷମା ।



Rate this content
Log in

Similar oriya poem from Abstract