STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ପତାକା

ପତାକା

1 min
127


ଜାତୀୟ ପତାକା ତଳେ

ଶପଥ ନେବା ଆଞ୍ଜୁଳେ

ମିଛ କହିବାନି ଚୋରୀ କରିବାନି

ଟେକ ରଖିବା ମାତୃଭୂମି ଓ ଦେଶର

ନାରୀଙ୍କୁ ସମ୍ମାନ ପରିବାର ର ସୁମନ

ରକ୍ଷା କରିବାକୁ ହେବା ଆଗଭର

ଗୁରୁଜନେ ପ୍ରଣାମ ଲଘୁଜନେ ସ୍ନେହ

ନକରି ପାତର ଅନ୍ତର

ସଭିଏଁ ସମାନ କୁହ ବନ୍ଦେ ମାତରଂ

ଝଣ୍ଡା ଉଚା ରହୁ ଆମର

ଅଇଶ୍ୱର୍ଗିକ୍ ପ୍ରୀତି ନଇଶ୍ୱର୍ଗିକ ଶାନ୍ତି

ପାଇବା କରି ଦେଶ ଓ ଜାତିର

ଭେଦଭାବ ଭୁଲି ପଞ୍ଚସ୍ତରୀ ସ୍ଵାଧୀନତା

କେତେ ଶାନ୍ତି ଦେଇଛି ନେଇଛି ଟେକି ଶିର

ସୁଦୃଢ କରି ସଂସ୍କୃତି ପରମ୍ପରା ଆମର

ଜୟ ହିନ୍ଦ ଜୟ ଯବାନ ଜୟ କିଷାନ

ଗାଇ ତାଳ ଲୟ ସୁମଧୁର

କାରଗିଲ ଯୋଦ୍ଧା ରହେ ଅମର

ଦେଶ ଓ ଜାତି ହେଉ ମନ ବୃନ୍ଦାବନ

ହେଉ ଋଷିକେଶ ହରିଦ୍ଵାର

ତୁଳସୀ କସ୍ତୁରୀ ଚନ୍ଦନ ବାସୁ ମହ ମହ

ଜାତୀୟ ପତାକା ଆମର

ଅଞ୍ଜଳି ପାତି ଆଞ୍ଜୁଳେ ନିତି ମାଗୁ

 ମାନବିକତା ମଣୁଷ୍ୟତା ମନ୍ତର

ମନେପକାଇ ଜନନାୟକ ମାନଙ୍କୁ

ଉଡୁ ତ୍ରିରଙ୍ଗା ଫର ଫର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract