Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Inspirational Children

3  

Bidyutprava Mishra

Inspirational Children

ତ୍ରିରଙ୍ଗା ପତାକା

ତ୍ରିରଙ୍ଗା ପତାକା

1 min
135



ପଞ୍ଚସ୍ତୋରୀ ବର୍ଷ ହୋଇଗଲା ଆସି 

ଆମ ଦେଶ ସ୍ୱାଧୀନକୁ 

ପଲ୍ଲୀ ଠୁଁ ସହର କରି ଜୟ ଗାନ

ଉଡାଇବା ତ୍ରିରଙ୍ଗାକୁ l


ଅମୃତ ଉତ୍ସବ ପାଳନ କରିବା

ସ୍ୱାଧୀନତା ଦିବସର 

ସ୍ମରଣ କରିବା ବୀର ସହୀଦଙ୍କୁ

ଆଉ ତ୍ୟାଗକୁ ତାଙ୍କର l


ବାଜିଆ ଭଗତ ଉଦ୍ଦାମ ସିଂ ଆଦି

ଦେଶ ସ୍ୱାଧୀନତା ପାଇଁ 

ସହୀଦ ହୋଇଲେ ଆମ ଦେଶ ପାଇଁ

ନିଜ ଜୀବନକୁ ଦେଇ l


ଆକାଶରେ ଉଡେ ତ୍ରିରଙ୍ଗା ପତାକା

ତିନୋଟି ରଙ୍ଗକୁ ଧରି 

ମଝିରେ ରହିଛି ଶ୍ୱେତ ରଙ୍ଗ ସେ ଯେ 

 ଶାନ୍ତି ମୈତ୍ରୀକୁ ପ୍ରଚାରି l


ଉପରେ ରହିଛି କମଳା ରଙ୍ଗଟି

ବୀରତ୍ୱର ଚିହ୍ନ ସେହି  

ଶାଗୁଆ ରଙ୍ଗଟି ତଳେ ରହି ଅଛି

ପ୍ରଗତି ଚିହ୍ନକୁ ନେଇ l


ଅଶୋକ ଚକ୍ରରେ ଚବିଶଟି ଅର

ସମୟ ସୂଚାଇଥାଏ 

ନୀଳ ରଙ୍ଗର ଅଶୋକ ଚକ୍ରଟି

ସତ୍ୟ ଶାନ୍ତି ବାଣ୍ଟି ଦିଏ l


କୋର୍ଟ ପାର୍ଲିଆମେଣ୍ଟ ବିଧାନସଭା 

ରାଜ୍ୟପାଳ ଭବନରେ 

ରାଷ୍ଟ୍ରପତିଙ୍କର ଭବନେ ପତାକା 

ଉଡ଼ଇ ସବୁଦିନରେ l


ପିଙ୍ଗାଲି ଭେଙ୍କୟା ପ୍ରଥମେ ରୂପ

ପତାକାର ଥିଲେ ଦେଇ 

ଉଣେଇଶ ସତଚାଳିଶରୁ ଉଡେ 

ସ୍ୱାଧୀନ ଭାରତ ପାଇଁ l


ଉଡାଇ ତାହାକୁ ତାହାରି ତଳେ

ଆସରେ ଶପଥ ନେବା 

ଦେଶ ପାଇଁ ଆମେ ବଞ୍ଚିଥିବା ଯାଏଁ

କର୍ମ କିଛି କରିଯିବା ll



Rate this content
Log in

Similar oriya poem from Inspirational