Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Children

3  

Rama chandra Pradhan

Children

କୁନି ବାନ୍ଧିବ ରାଖି

କୁନି ବାନ୍ଧିବ ରାଖି

1 min
123


ଦାଣ୍ଡରେ କୁନି ଚାହିଁ ବସିଛି

ବଜାରୁ ରାଖୀ କିଣି

ବାନ୍ଧିବ ବୋଲି ସ୍ନେହର ରାଖୀ

ଭାଇର ମନ ଜିଣି l


କଜଳ ସାଥେ ଚନ୍ଦନ ଟିପା

ଲଗାଇ ଦେବ ସିଏ

ରାଖୀ ବାନ୍ଧି କି' ଆଶିଷ ନେବ

ଖୁଆଇ ମିଠାଟିଏ l


ଶୁଭ ଦିନଟି ଆସିଲା ବେଗେ

ଖୁସିର ବାର୍ତ୍ତା ନେଇ

ପୁନେଇଁ ଦିନ ମାମୁଁ ଗାଆଁରୁ

ଆସିଲା କୁନା ଭାଇ l


ଖୁସିରେ କୁନି ନାଚି ଉଠିଲା

କୁନା ଭାଇକୁ ଦେଖି

ଡେରି ନ କରି ବାନ୍ଧି ଦେଲା ସେ'

ସେନେହ ଭରା ରାଖୀ l


ଭାଇ ପାଖରୁ ପାଉଣା ପାଇ

ହୋଇଲା କୁନି ଖୁସି

ତା' ପରେ ଦୁହେଁ ଖାଇଲେ ପିଠା

ବାପାଙ୍କ କୋଳେ ବସି l


ସତରେ ଏଇ ରାଖୀ ପୁନେଇଁ

ଯୋଡ଼େ ମିଠା ସମ୍ପର୍କ

ଭାବର ଡାଳେ ସେନେହ ବୋଳି

ଛୁଟାଇ ଥାଏ ମହକ l


Rate this content
Log in

Similar oriya poem from Children