ମୁଁ ପରମାତ୍ମାଙ୍କ ସନ୍ତାନ
ମୁଁ ପରମାତ୍ମାଙ୍କ ସନ୍ତାନ
ପ୍ରକାଶ ଆଲୋକ ଜ୍ୟୋତିର ଦ୍ୟୋତକ
ଜୀବାତ୍ମା ସଭିଏଁ ଆମେ
ପିତା ପରମାତ୍ମା ଶକ୍ତି ଅବିନାଶୀ
ସୃଷ୍ଟି କର୍ତ୍ତା ଏକା ଜଣେ ।
ସତ୍ୟ ଜ୍ଞାନ ଧର୍ମ ଉଜ୍ଜ୍ବଳ ବର୍ତ୍ତିକା
ଦିବ୍ୟ ପରମାର୍ଥ ସେବା
ମାନବ ମାତ୍ରକେ ଅଟେ ସୁକର୍ତ୍ତବ୍ୟ
ସଦା ପ୍ରକୃତିସ୍ଥ ହେବା ।
ଆହରିବା ଜ୍ଞାନ ବୁଦ୍ଧି ଓ ବିବେକ
ନୀତି ଉଚ୍ଚ ଆଦରଶ
ଆଚରି ସ°ଯମ ହୋଇ ସ୍ଥିତପ୍ରଜ୍ଞ
ଅରଜିବା କୀର୍ତ୍ତି ଯଶ ।
ହି°ସା 6ଦ୍ୱଷ ଲୋଭ କ୍ରୋଧ ଅହଙ୍କାର
ଅନୀତି କପଟାଚାର
ଅଟେ ମାରାତ୍ମକ ବିନାଶ କାରକ
ପରିଣାମ ଭୟଙ୍କର ।
ସ୍ନେହ ପ୍ରେମ ଭକ୍ତି ସହ ଅବସ୍ଥାନ
ମୈତ୍ରୀ ପ୍ରୀତି ସଦ୍ଭାବନା
ଶାନ୍ତି ପ୍ରଦାୟକ ସ୍ୱଧର୍ମ ସତ୍କର୍ମ
ହୃଦୟେ ଭାବ କରୁଣା ।
ହେଉ ସଚେତନ ଅମୃତ ସନ୍ତାନ
ମଙ୍ଗଳ କଲ୍ୟାଣ କାରୀ
ପିତା ପରମାତ୍ମା ବରଷନ୍ତୁ ସୁଧା
ଶୁଭାଶିଷ ପଡୁ ଝରି ।
