Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ସ୍ଵଭାବକବି ଗଙ୍ଗାଧର ମେହେର

ସ୍ଵଭାବକବି ଗଙ୍ଗାଧର ମେହେର

1 min
141



ହେ ମହାନୁଭବ ଲେଖିଛ

"ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ 

ଜନମି ନାହିଁ,

ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ 

ରହିବେ କାହିଁ" |୧|


ତୁମେ ଜନ୍ମ ଗ୍ରହଣ କରିଥିଲେ 9 ଅଗଷ୍ଟ 1862, 

ଶ୍ରାବଣ ମାସ ପୂର୍ଣ୍ଣିମା ଦିନରେ

ମହାନ୍ ସ୍ଥାନ ବରପାଲି, ଯାହା ଏବେ ବରଗଡ଼ 

ଜିଲ୍ଲା, ମୋ ଓଡିଶା ଭିତରେ |୨|


ଜନମି ଗରିବ ବୁଣାକାର ପରିବାରେ କରିଛନ୍ତି 

ଶୋଭାବୃଦ୍ଧି ଓଡିଆ ଭାଷାର

କତିପୟ ଅଗ୍ରଗଣ୍ୟ ଓଡ଼ିଆ କବିଂକ ନାମ ମଧ୍ୟରେ 

ଖ୍ୟାତି ଲଭନ୍ତି ସେ ଗଙ୍ଗାଧର ମେହେର |୩|


ହୋଇ ନଥିଲା ଅନ୍ତରାୟ ଲେଖନୀରେ ଯଦିଓ ବାଲ୍ୟ

କାଳୁ ଦାରିଦ୍ର୍ୟ ଥିଲା ତାଙ୍କ ସହଚର

କୁଟୁମ୍ବ ପ୍ରତିପୋଷଣ ପାଇଁ ଲୁଗା ବୁଣିବା ସହିତ ବୁଣି 

ଯାଆନ୍ତି ଛନ୍ଦମୟ କାବ୍ୟ କବିତା ସମ୍ଭାର |୪|


ରଚନା କରି ଯାଇଛନ୍ତି ତପସ୍ୱିନୀ, ରାସ-ରତ୍ନାକର, 

ବଳରାମ ଦେବ, ପ୍ରଣୟ-ବଲ୍ଲରୀ,

କୀଚକ ବଧ, ଇନ୍ଦୁମତୀ, ଅଯୋଧ୍ୟା ଦୃଶ୍ୟ, ଅର୍ଘ୍ୟ

ଥାଳୀ କାବ୍ୟ ସମୂହର ଲହରୀ |୫|


ହେ ମହାନ୍ କବି, ତୁମେ ସ୍ଵର୍ଗାରୋହଣ କରି ମଧ୍ୟ

 4 ଏପ୍ରିଲ 1924 ରେ

ଓଡ଼ିଆ ଜାତି ଭୂଲି ନାହିଁ, ଭୂଲିବ ନାହିଁ, ସାହିତ୍ୟକୁ 

ତୁମର ସେ ଅପରିମିତ ଅବଦାନ ପାଇଁରେ |୬|



Rate this content
Log in

Similar oriya poem from Inspirational