Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଶାନ୍ତି ମୈତ୍ରୀର ସଙ୍ଗୀତ

ଶାନ୍ତି ମୈତ୍ରୀର ସଙ୍ଗୀତ

1 min
115



ଆକୁମାରୀ ହିମାଳୟ

ସର୍ବେ ଆମେ ଭାରତୀୟ

    କୋଟି କଣ୍ଠେ ଏକ ସ୍ୱରେ

ଗୁଞ୍ଜେ ବନ୍ଦେ ମାତରମ

ଭାରତ ମୋର ମହାନ

    ହର୍ଷ ଓ ପୁଲକ ଭରେ ।


ପ୍ରତି ଗୃହେ ନଗ୍ର ପୁରେ

ବିଜୟୀ ତ୍ରିରଙ୍ଗା ଉଡେ

   ଜାଗେ ପ୍ରତି ହୃଦ ପ୍ରାଣ

ନୂଆ ଆଶା ସଦ୍ଭାବନା

ଉନ୍ମେଷଇ ସମ୍ଭାବନା

    ସବୁଜ ସୁନ୍ଦର ସ୍ୱପ୍ନ ।


ସୁଶାସନ ଗଣତନ୍ତ୍ର

ଉତ୍କର୍ଷତା ମୂଳମନ୍ତ୍ର

    ସେବା ପରାକାଷ୍ଠା ବଳେ

ରଥ ଜାତି ନନ୍ଦିଘୋଷ

ଅହର୍ନିଷ ନିର୍ନିମେଷ

     ପ୍ରଗତିର ପଥେ ଚଳେ ।


ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ

     ସୃଜିବ ସ୍ୱର୍ଣ୍ଣ ଅଧ୍ୟାୟ

ସମ୍ମିଳିତ ସୁସ°ହତି

ଜନ ଗଣ ମନ ଶକ୍ତି

     ଜାଗ ସୁପ୍ତ ଭାରତୀୟ ।

   


Rate this content
Log in

Similar oriya poem from Inspirational