STORYMIRROR

Jyotirmoyee Mohanty

Inspirational Children

4  

Jyotirmoyee Mohanty

Inspirational Children

ନାରୀ ତୁମେ ଅନ୍ୟନ୍ୟା - ଦ୍ରୌପଦୀ ମୂର୍ମୁ

ନାରୀ ତୁମେ ଅନ୍ୟନ୍ୟା - ଦ୍ରୌପଦୀ ମୂର୍ମୁ

1 min
317


ମୟୁରଭଞ୍ଜ ଜିଲ୍ଲାର  ଡ଼ୂଙ୍ଗୁରି ପଡ଼ାର

ପାହାଡ଼ ତଳିଆ ଗାଁ,

ପଙ୍କରୁ ପଦୁଅଁ ପରି ଫୁଟିଅଛ

ଦ୍ରୌପଦୀ ଯାହାର ନାଁ ।।


ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର

ତୁମେ ଯେ ସରଳ ନାରୀ,

କଣ୍ଟକିତ ତୁମ ଜୀବନ ଜଞ୍ଜାଳ

ତଥାପି ନଗଲ ହାରି ।।


ସ୍ୱାମୀ ସନ୍ତାନକୁ ହରାଇଲ ହେଲେ

ମନେ ତୁମ ଦ୍ୱିଧା ନାହିଁ

ଭାରତ ବାସୀଙ୍କ ଜନନୀ ସାଜିଲ

ଶ୍ରେଷ୍ଠ ନାଗରିକ ହୋଇ ।।


ଓଡ଼ିଶାର ତୁମେ ଗର୍ବ ଗୌରବ

ଭାରତ ମୁକୁଟ ମଣି,

ଅତି ସହଜରେ ଭାରତ ବାସୀଙ୍କ

ହୃଦୟ ପାରିଛ ଜିଣି ।।


କାଉଁସିଲରୁ ଶ୍ରେଷ୍ଠ ବିଧାୟିକା

ଝାଡ଼ଖଣ୍ଡେ ବନିଗଲ

ସାନ୍ତାଳ ଭାଷାକୁ ଭାଷାର ମାନ୍ୟତା

ତୁମେ ଦେଇ ପାରିଥିଲ ।।


ତୁମ ନ୍ୟାୟ, ନିଷ୍ଠା, ନିଃସ୍ୱାର୍ଥ ପରତା

ରାଜନୈତିକ ଦକ୍ଷତା

ବଳେ ସ୍ୱୟଂସିଦ୍ଧା ନାରୀ ଯେ ଅନ୍ୟନ୍ୟା

ଭୂମଣ୍ଡଳେ ପରିଚିତା ।।


ସାରା ବିଶ୍ୱକୁ ତୁମ ସୁରଭିରେ

ମହକିତ କରିଦେଲ

ଭାରତ ବର୍ଷରେ ରାଷ୍ଟ୍ରମୁଖ୍ୟ ହୋଇ

ଇତିହାସ ରଚିଗଲ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational