STORYMIRROR

ସୁରେନ୍ଦ୍ର ମିଶ୍ର

Children

4  

ସୁରେନ୍ଦ୍ର ମିଶ୍ର

Children

ମାଟି ମାର ଅକୁହା କଥା

ମାଟି ମାର ଅକୁହା କଥା

1 min
363


କିଛି ମଣିଷ ଅଳିଆ ଠାରୁ ବି ହୀନ

ଯଦି ମୋର ଜୀବନ ଥାଆନ୍ତା 

ମୋ ଦେହରେ ଯଦି ମଣିଷ ର

ଅଧା ବି ଶକ୍ତି ଥାଆନ୍ତା ତାହେଲେ ମୋ ଦେହରେ

ଶୋଇ କଇଁ କଇଁ କାନ୍ଦୁଥିବା ଏ ନିରୀହ 

ନବଜାତ ଶିଶୁକୁ ମୁଁ ଦିଅନ୍ତି ପରିଚୟ ।।।

କେତେବେଳେ ମାଁ ହୋଇ ତାକୁ କୋଳରେ ଧରନ୍ତି 

ଲୋରୀ ଗାଆନ୍ତି , ତ କେତେବେଳେ ବାପା ହୋଇ 

ସାବଡ୍ ମଧ୍ୟ କରାନ୍ତି ......

ପ୍ରତିଦିନ ମୋ ଦେହରେ କେହିନା କେହି ନବଜାତ ଶିଶୁ

କୁ ରଖି ଆଖି ପିତୁଳା କେ ଚାଲି ଯାଆନ୍ତି,

ମୋ ଦେହରେ ଭୋକରେ ଛଟ୍ ପଟ୍ ହୋଇଥାନ୍ତି 

ନିଷ୍ପାପ ନିରୀହ ନବଜାତ ଶିଶୁ...

ତାଙ୍କ କାନ୍ଦ ଦେଖି ମୁଁ ମଧ୍ୟ କାନ୍ଦି ପକାଏ କଣ

ମଣିଷ ଜୀବନ ଏତେ ଶସ୍ତା ସାମାନ୍ୟ ଶାରୀରିକ ସୁଖ

ପାଇଁ କଣ ମଣିଷ ଏତେ ତଳକୁ ଖସିଯାଇ ପାରେ ...

ହେ ଭଗବାନ ମତେ ଅଦୃଶ୍ୟ ଶକ୍ତି ଦେ,ଯାହା ଫଳରେ

ମୋ ଦେହରେ କାନ୍ଦୁଥିବା ଏହି ନବଜାତ ଶିଶୁ କୁ 

ଆପଣେଇ ନେବି ହେଁ ଭଗବାନ...

କେତେବେଳେ ମଣିଷ ଅଳିଆ ହୋଇଗଲେଣି ମୋତେ

ମଣିଷ କରିଦେ ଭଗବାନ ... ଅନ୍ଧାର ରାତିରେ ଆସି

ନବଜାତ ଶିଶୁ କୁ କପଡ଼ାରେ ଘୋଡ଼ାଇ ଦେଇ

ମୋ ଛାତିରେ ରଖି ଚାଲି ଯାଆନ୍ତି ।।

ଥରୁଟିଏ ବି ପଛକୁ ଚାହାନ୍ତି ନାହିଁ..ସବୁକିଛି ଦେଖୁଥାଏ

କଣ ବା କରିପାରିବି ମୁଁ ,

ଏହି ନବଜାତ ଯଦି ତୁମପାଇଁ

ଅଲୋଡ଼ା,କାହିଁକି ଦେଇଉଥିଲ ଜନ୍ମ ?

ତୁମେ ତୁମ ଆତ୍ମାକୁ ଥରେ ପଚାରି ଦେଖ ,ଯଦି ତୁମ

ମାଆ, ବାପା ତୁମକୁ ଏଭଳି ସୋଆଇ ଚାଲିଯାଇଥାଆନ୍ତେ 

ତାହେଲେ ତୁମେ କେଉଁଠି ଥାଆନ୍ତା,

ତୁମର କଣ ହୋଇଥାନ୍ତା  

ତୁମ ପରି ସ୍ତ୍ରୀ ଓ ପୁରୁଷକୁ ନର୍କରେ ମଧ୍ୟ ସ୍ଥାନ ମିଳିବ ନାହିଁ ।।

                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children