STORYMIRROR

SUKANTA KHANDA

Children

4  

SUKANTA KHANDA

Children

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
393


ମକର ଆସିଛି ନୂଆ ବରଷରେ

ଦେବାକୁ ଆନନ୍ଦ ବୁଣି

ଆମେ ହିଁ ସରବେ ନୂଆ ଡାଳ ସହ

ଧରି ମହାପୁରୁ ବାଣୀ।

ମକରବୁଡ଼କୁ ପ୍ରାଧାନ୍ଯ କରିବା

ରାତି ପାହାନ୍ତାରୁ ସବୁ

ଶିବ ଦରଶନ କରିବା ମନ୍ଦିରେ

ମନକୁ କରିକି କାବୁ।

ସମରପି ଦେବା ଦେହକୁ ନିଜର

ପରହିତେ ଜୀବନକୁ

ଭାଇଚାରା ସହ କରମ କରିବା

ଦେଖି ଦୁଃଖୀ ଦରିଦ୍ରଙ୍କୁ।

ଘର ପରିବାର ଆନନ୍ଦ ପାଇଁକି

ପିଠା ଆଉ ପଣା କରି

ମନ୍ଦିରରୁ ଫେରି ଖାଇ ଖୁଆଇବା

ତିଆରି କ୍ଷୀରି ଓ ପୁରୀ।

ମନୋରଞ୍ଜନକୁ ହାତରେ ଧରିବା

ଉଡା଼ଇବା ଯାଇ ଗୁଡି଼

ପ୍ରତିଯୋଗୀ ହେଉ ପ୍ରତିଦ୍ବନ୍ଦୀ ନୁହଁ

ଶିଶୁଠାରୁ ବୁଢା଼ବୁଢୀ଼।

ଓଡିଶାର ଏହି ମାନଚିତ୍ର ବୁକେ

ବିଭିନ୍ନ ସ୍ଥାନରେ ମେଳା

ଲୋକ ସମାଗମ କିଣା ଆଉ ବିକା

ଶିବଙ୍କର ଲୀଳାଖେଳା।

ଜଗତ କଲ୍ଯାଣ ପାଇଁକି ମରତେ

ଈଶ୍ବର ଦେଇଛି ଖଞ୍ଜି

ଶୀତକୁ ନଡରି ଆମ୍ଭଙ୍କର ହେଉ

ଆସିବା ଆଗରୁ ଝାଞ୍ଜି।

ନୂଆ ବରଷରେ ପ୍ରଥମ ଅରଘ

ଈଶ୍ବରଙ୍କ ବଡ଼ ଦାନ

ଏହାକୁ କେହି ବି ମନ ବିବେକକୁ

ମୋଟେ କରିବାନି ହୀନ।

ଆସିଛି ମକର ଆସରେ ସରବେ

ଗାଇକି ମଙ୍ଗଳ ଗୀତ

ନାଚିବା ଆନନ୍ଦେ ଉପଭୋଗ ସହ

ଶୀତକୁ କରିକି ମିତ।

ନୂଆ ବରଷରେ ପ୍ରଥମ ପରବ

ଶୀତକୁ ଡରୁଛି କିଏ

ଶୀତ ତ ହିତରେ ସଂଯୋଗର ସେତୁ

ମକର ପରବେ ଥୋଏ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children