STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ରଖିବି ତ୍ରିରଙ୍ଗା ମାନ ସତତ

ରଖିବି ତ୍ରିରଙ୍ଗା ମାନ ସତତ

1 min
6


ମାଟି ମୋ ମହକେ ଚନ୍ଦନ ଚନ୍ଦନ 

ମୋ ଦେଶ ଭାରତ ଅଟେ ମହାନ

କରିବି ଉତ୍ସର୍ଗ ତା ପାଇଁ ଜୀବନ

ରଖିବି ଅକ୍ଷୂର୍ଣ୍ଣ ତାର ସମ୍ମାନ ।

ବଢିଅଛି ମୁହିଁ ତା ପାଣି ପବନେ

ସବୁଜିମା ତାର ମୋ ପ୍ରାଣଶକ୍ତି

ବିକଶିବି ହୋଇ ସୁମନଟିଏ ମୁଁ

ଗାଉଥିବି କଣ୍ଠେ ତା ଜୟ ଗୀତି ।

ଉଡାଇବି ତାର ଯଶ କୀର୍ତ୍ତି ବାନା

କରିବି ଭାରତ ଜୟ ଜୟକାର

ଅରପିବି ମୋର ଶରଧା ସୁମନ

ପ୍ରଜ୍ଜ୍ଵଳିବି ଜ୍ଯୋତି ଶହୀଦଙ୍କର ।

ଢାଳି ମନପ୍ରାଣ କରିବି ତା ସେବା

ନେଉଛି ଶପଥ ମୁଁ ସୁସଙ୍କଳ୍ପ 

ହେବ ଅଗ୍ରଗଣ୍ଯ ମୋ ଦେଶ ଭାରତ 

ରଖିବି ତ୍ରିରଙ୍ଗାର ମାନ ସତତ ।

    



Rate this content
Log in

Similar oriya poem from Inspirational