STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ନେବା ଆସ ସୁସଙ୍କଳ୍ପ

ନେବା ଆସ ସୁସଙ୍କଳ୍ପ

1 min
9


ଉଲ୍ଲସିତ ଆଜି ମୋ ଦେଶ ଭାରତ

ପାଳିତ ହେଉଛି ଗଣ ଉତ୍ସବ

ପୁରପଲ୍ଲୀ ଠାରୁ ରାଜଧାନୀ ଦିଲ୍ଲୀ

ଖେଳେ ଜନମନେ ହର୍ଷ ଉତ୍ସାହ ।

ହିଲ୍ଲୋଳେ ପବନ ଜୟ ଜୟକାରେ 

ଚମକୁଛି ନଭେ ସ୍ବତନ୍ତ୍ର ଦ୍ଯୁତି

ଉଡେ ଫର ଫର ଆକାଶେ ତ୍ରିରଙ୍ଗା

ସ୍ବାଧୀନତା ପର୍ବ ପାଳୁଛି ଜାତି ।

ଯାଇଅଛି ବିତି ଦୁର୍ଦ୍ଦିନ ସମୟ

କାଳରାତି ଏବେ ଯାଇଛି ପାହି

ଅମିତ ବିକ୍ରମେ ଲଢି ମୁକ୍ତି ଲାଗି

ଯାଇଛନ୍ତି କେତେ ଶହୀଦ ହୋଇ ।

ଆଜ ଶୁଭଦିନେ କରିବା ସ୍ମରଣ

ବୀର ଶହୀଦଙ୍କ ଅମର ଗାଥା

ଅରପିବା ତାଙ୍କୁ ଶରଧା ସୁମନ

ତ୍ରିରଙ୍ଗାର ତଳେ ପାତିବା ମଥା ।

କରିବା ସୁନ୍ଦର ଭବିଷ୍ଯ ନିର୍ମାଣ

ଭାରତ ହୋଇବ ଆତ୍ମନିର୍ଭର 

ଦେଶ ସେବା ଲାଗି ନେବା ସୁସଙ୍କଳ୍ପ 

ସୁକର୍ତ୍ତବ୍ଯେ ହେବା ସଦା ତତ୍ପର ।

      ----



Rate this content
Log in

Similar oriya poem from Inspirational