STORYMIRROR

Aparti Charan Sethi

Children

3  

Aparti Charan Sethi

Children

ପିଲାଏ,କିଏ ପାରିବ କହି ?

ପିଲାଏ,କିଏ ପାରିବ କହି ?

1 min
10


କ‌ଉତୁକିଆ‌ ପ୍ରଶ୍ନ ଉତ୍ତର

   ଯିଏ ପାରିବ କହି,

କେନ୍ଦରାପଡା‌ ରସାବଳି ଯେ

   ଆସିବ ତାହା ପାଇଁ।

କହିଲ ପିଲେ କେଉଁ ହାଣ୍ଡିରେ

   ଭାତ ବିଲ୍‌କୁଲ୍ ନାହିଁ,

ସେ ହାଣ୍ଡି ହେଲା ଯେ 'କଳାହାଣ୍ଡି' 

   ଜିଲ୍ଲା ଗୋଟିଏ ସେହି।

କହିବ ପିଲେ କଥା କୁହେନି

   ସେ କେଉଁ ଶାରୀଟିଏ,

ସେଇ ଶାରୀଟି 'ମଶାରୀ' ଅଟେ

    ମଶାଙ୍କୁ‌ ନାମ ଦିଏ।

ଆଲୋକ ନାହିଁ ଲାଇଟି ସେହି

    ନାମଟି କିସ ତାର,

'ସନ୍‌ଲାଇଟ୍' ଅଟେ ଉତ୍ତର 

    ନାଆଁ ସାବୁନ୍‌ଟିର।

କହି ପାରିବ କେଉଁ ଗୋଲାରେ

   କାଠ ଜମାରୁ ନାହିଁ,

ସିଏ ହେଉଛି 'ରସଗୋଲା'ଟି

    ସଭିଙ୍କ ପ୍ରିୟ ସେହି।

ରାବ‌ଇ ନାହିଁ କେଉଁ କୋଇଲି

    କହିବ କିଏ କୁହ,

ସିଏ ହେଉଛି 'ପାଣିକୋଇଲି‌'

    ଜାଗାଟି ଜାଣିଥାଅ‌।

ଏମିତି ନାଳ ନାହିଁ ତ ଜଳ

    କିଏ କହିବ ପିଲେ,

ସେ ନାଳ ଅଟେ ତ ଢେଙ୍କାନାଳ

    ଜାଣିରଖିଥା‌ ଭଲେ‌।

କେଉଁ ଶବକୁ ପୂଜା କରୁଛେ

   କିଏ ପାରିବ କହି,

ସିଏ 'କେଶବ' ତା'ଦୟା ବିନା

   ଆନ ଗତି ତ ନାହିଁ।

ସେ ନର ଏକ ପଶୁ ଅଟ‌ଇ

   ପାରିବ କହି କିଏ,

ନାମ ତାହାର ଅଟେ 'ବାନର'

    ଗଛରେ ଡେଉଁଥାଏ‌।

ପକ୍ଷୀଟି ନୁହେଁ ସେ କେଉଁ କୁଆ 

    କ‌ଅଣ ତାର ନାଆଁ,

ସିଏ 'ଠେକୁଆ' ଭାରି ଡରୁଆ‌ 

    ମାରୁଥାଏ ତ ଡିଆଁ।

କିଏ କହିବ ସେ ଏକ ରଣା

    ସାପଟି କିନ୍ତୁ ନୁହେଁ,

ସେ ରଣା ଅଟେ 'ଝରଣା'ଟିଏ

    ଆନନ୍ଦେ ବହିଯାଏ।

ସେ ଆତ‌ ଏକ ଫଳ ନୁହେଁ ତ

    କିଏ ଉତ୍ତର ଦେବ,

କହିଲେ ପିଲେ 'ଦୁଆତ‌' କିନ୍ତୁ

   ଉତ୍ତର ତାର ହେବ।

ପିଲାଏ ଶୁଣ ସେ ଯେଉଁ କାନ

    ଜମା ପାରେନା ଶୁଣି,

ସେହି କାନର‌ ନାମ 'ଦୋକାନ‌"

    ସଭିଏଁ ଥାଅ ଜାଣି।

ସେ ଗୋଟେ ପୁରୀ ଜିଲ୍ଲା ନୁହ‌ଁଇ 

    କିଏ ପାରିବ କହି,

'ସପୁରୀ' ବୋଲି ଫଳଟି ସିଏ

    ଜାଣିଥା‌ ବାବୁ ତୁହି।

ହାତୀଟି ନୁହଁ ସେ କେଉଁ ଗଜ

    କହି ପାରିବ କିଏ,

'କାଗଜ' ସିଏ ଯାହା ଉପରେ

    ଅକ୍ଷର ଲେଖାଯାଏ‌।

ଆଉ ଗୋଟିଏ ଆଜିର ପ୍ରଶ୍ନ 

    ମୁହିଁ ପଚାରୁଅଛି‌,

ସେ କେଉଁ ରଜା ଦେବୀ ଅଟନ୍ତି

    କେଉଁଠି କୁହ ଅଛି?

ସେ ରଜା ଅଟେ 'ବିରଜା' ଦେବୀ

    ଯାଜପୁରରେ ରହି,

ସବୁରି ଦୁଃଖ କରୁଛି ଦୂର

    ଜଗତମାତା ହୋଇ।

ସେ କେଉଁ ଦେବ ତୁଳସୀ କ୍ଷେତ୍ର

    ଅଟନ୍ତି ଅଧୀଶ୍ଵର,

ସେ 'ବଳଦେବ' ଜଗାର ଭାଇ

   ତା' ପାଦେ ନମସ୍କାର।

ଏମିତି ନାନା କ‌ଉତୁକିଆ

   ଅନେକ ଅଛି ପ୍ରଶ୍ନ,

ପିଲାଏ ଯଦି ଦେବ ଉତ୍ତର

   ବଢ଼ିବ ନିଶ୍ଚେ ଜ୍ଞାନ।



Rate this content
Log in

Similar oriya poem from Children