STORYMIRROR

Amarnath Barick

Children

3  

Amarnath Barick

Children

ଗୀତରେ ଗଣିତ

ଗୀତରେ ଗଣିତ

1 min
8



ଗଛେ ରହୁଥିଲେ ପକ୍ଷୀ ଯେତିକି

ଅଧା ଉଡ଼ିଗଲେ ଖାଦ୍ୟ ପାଇଁକିଁ। 

ବାକି ବସିଛନ୍ତି ଅଧା ଛ ଗୋଟି

ତେବେ କୁହ ପକ୍ଷୀ ଥିଲେ କେତୋଟି ?

(ଉ -:୬/ଛଅ)


ଜଙ୍ଗଲରେ ହାତୀ ଦଶଟି ଥିଲେ

ପ୍ରାଣୀ ଉଦ୍ୟାନକୁ ଦୁଇଟି ଗଲେ ।

ଗାଆଁ ବୁଲିବାକୁ ଗୋଟିଏ ଗଲା

ଜଙ୍ଗଲରେ ଆଉ କେତେ ରହିଲା ?

(ଉ -:୭/ସାତ)


ଆଈ ରଖିଥିଲେ ତେରଟି ଗାଈ

ଅଜା ନିଅନ୍ତି ଚରାଇବା ପାଇଁ ।

ନ ଯାଇ ଗୁହାଳେ ତିନି ରହିଲେ

ଚରିବାକୁ ତେବେ କେତେଟି ଗଲେ ?

(ଉ -:୧୦/ଦଶ)


ଗାତରେ ଢମଣା ଗୋଟିଏ ଥିଲା

କେଳା ଆସି ତାକୁ ଧରିଣ ନେଲା ।

କୁହ ପିଲେ ଏବେ ସେହି ଗାତରେ

ରହିଛି ଢମଣା କେତେ ଗୋଟିରେ ?

(ଉ -:୦/ଜମା ନାହିଁ)


କୁନା ଯାଇଥିଲା ମାମୁଁ ଘରକୁ

ମାଇଁ ପାଞ୍ଚ ଟଙ୍କା ଦେଲେ କୁନାକୁ ।

ଟଙ୍କାକରେ କୁନା ଚୁଚୁମା ନେଲା

କୁନା ପାଖେ ଆଉ କେତେ ରହିଲା ?

(ଉ -:୪/ଚାରି)


Rate this content
Log in

Similar oriya poem from Children