STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଏଇ ପାଟିରେ ଅମୃତ, ଏଇ ପାଟିରେ ବିଷ

ଏଇ ପାଟିରେ ଅମୃତ, ଏଇ ପାଟିରେ ବିଷ

1 min
2


ଜନମୁ ଆମ   ଥାଏ ସହିତ

   ଜିହ୍ୱା ଆମର ମିତ

କୋମଳ ଅତି  ଦେହଟି ତାର

   ସର୍ବଦା ରସସିକ୍ତ ।

ପଛରେ ଉଠି   ଆଗରୁ ଝଡେ

   ପାଟିରେ ଆମ ଦାନ୍ତ

ଚୋବାଇ ଖାଦ୍ଯ  କରେ ସେ ଗୁଣ୍ଡ 

    କଠିନ ତାହା ଶକ୍ତ ।

ଏଇ ପାଟିରେ    ଅଛି ଅମୃତ

    ଏଇ ପାଟିରେ ବିଷ

ନୀରବ ଥାଇ    ଦିଅଇ ଜିହ୍ୱା

    ଆମକୁ ଉପଦେଶ ।

କହିବ ନାହିଁ   କାହାକୁ କଟୁ

   କଠୋର ଭାଷା ତିକ୍ତ 

ଦୁଃଖଦାୟକ   ହେଲେ ବଚନ

   ପାଇବ ନିଜେ କଷ୍ଟ ।

ବଢିବେ ଶତ୍ରୁ   ବଢିବ ଚିନ୍ତା

    ମନର ଅବସାଦ 

ବଚନେ ଏଣୁ   ସଂଯମ ରକ୍ଷା

    ଅଟଇ ସୁକର୍ତ୍ତବ୍ଯ ।

କହିଲେ ସତ୍ଯ  କୋମଳ ବାଣୀ

    ପାରିବ ମନ ଜିଣି

ଜିହ୍ବାର ସତ   ଉପଯୋଗରେ

   ମଣିଷ ଗୁଣୀ ଜ୍ଞାନୀ ।

ଚାଲି ନଜାଣି   ବାଟର ଦୋଷ

    ଦିଅଇ ଗଜମୁର୍ଖ

ଜୀବନେ ଶାନ୍ତି  ମିଳେ କେମିତି

   ଜିହ୍ୱାଠୁ ପାଠ ଶିଖ ।

     


Rate this content
Log in

Similar oriya poem from Inspirational