Chittaranjan Nanda

Abstract Others Children

3  

Chittaranjan Nanda

Abstract Others Children

ନବଯୌବନ

ନବଯୌବନ

1 min
9



ମାନବୀୟ ଲୀଳାରେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ସାରି ଚକା ଆଖି 

ଆମ କାଳିଆ ସାଆନ୍ତ ଜରରେ ପଡ଼ନ୍ତି,

ଅଣସରେ ରହି ଏକପକ୍ଷ ପରେ ନୀଳାଚଳ ବିହାରୀ, ଫୁଲୁରୀ 

ତେଲ ମାଲିସ ଓ ବୁଟି ଖାଇ ସୁସ୍ଥ ହୁଅନ୍ତି |୧|


ଦ୍ୱାଦଶୀ ତିଥିରେ ରାଜାଙ୍କ ପାଖକୁ ସୁସ୍ଥର ଯାଏ ଖବର, ଦିନ

ତ୍ରୟୋଦଶୀରେ ଝଲସି ଦିଶନ୍ତି ପ୍ରଭୁ ଆମର,

ଆଷାଢ଼ ମାସ ଅମାବାସ୍ୟା ଦିନ ଜଗତ ଠାକୁର, ଦର୍ଶନ ଦିଅନ୍ତି 

ଭକତଙ୍କୁ ନବଯୌବନ ବେଶେ ତାଙ୍କର |୨|


ରଥଯାତ୍ରାର ଚାରି ଦିନ ପୂର୍ବେ ନବଯୌବନରେ ନେତ୍ରୋତ୍ସବ 

ହୁଏ ଆସନ୍ତି ଠାକୁର ଦିବ୍ୟ ରୂପ ଧରି,

ସୁନ୍ଦର ଚିତ୍ରିତ ନେତ୍ରୋନ୍ମୀଲନର ନୀତିରେ ସେବା, ସମସ୍ତ ଚକ୍ଷୁକୁ 

ତୁଳସୀ ପତ୍ରେ ଔଷଧି ପ୍ରୟୋଗ କରି |୩|


ଦୃଶ୍ୟ ହୁଏ ଠାକୁରଙ୍କ ରୂପ ଝକ ଝକ, ବିଜେ କରିଥାନ୍ତି ଚତୁର୍ଦ୍ଧା 

ମୂର୍ତ୍ତି ଦେଖିଲେ ଭକ୍ତର ନୟନ ଫେରଇ ନାହିଁ,

ଧଳା ରଙ୍ଗେ ବଡ଼ଭାଇ ବିଜେ ହସ୍ତେ ଧରି ହଳ, ହଳଦୀ ରଙ୍ଗେ 

ସୁଭଦ୍ରା ଭଉଣୀ ଦିଶୁଥାନ୍ତି କେଡେ ସୁନ୍ଦର ସେହି |୪|


ଷୋଳ କଳା ଧରି ଶଙ୍ଖ ଚକ୍ର ଗଦା ଆଉ ପଦ୍ମ ଆବୋରି ଥିବା 

ଜଗା ତ ଲୀଳା ଦେଖାନ୍ତି ସାରା ଜଗତକୁ,

ଦେଖୁ ଆମେ ଚିକ୍କଣ କାଳିଆ ଦେହେ ପାଟ ପିତାମ୍ବରୀ, ଗଳାରେ 

ସାଜଇ ଝଟକୁ ଥିବା କୌସ୍ତୁଭ ମଣିକୁ |୫|


ସେ ଅପୂର୍ବ ଶୋଭା ଅତି ମନଲୋଭା, ଶ୍ରୀମୁଖ ଦର୍ଶନରେ ସରବଙ୍କ ହୁଏ ଶୁଭ, ଦେଖି ହୁଏ ପାପ କ୍ଷୟ,

ଧନ୍ୟ ମହାପ୍ରଭୁ ଜଗତର ନାଥ, ଧନ୍ୟ ତୁମ୍ଭ ଲୀଳା, ଧନ୍ୟ ହୁଏ 

ନେତ୍ର, ଏ ମହୀ ମଣ୍ଡଳେ ଚାଲିଯାଏ ଭୟ |୬|



Rate this content
Log in

Similar oriya poem from Abstract