STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଭାସି ଯା କାଗଜ ଡଙ୍ଗା

ଭାସି ଯା କାଗଜ ଡଙ୍ଗା

1 min
10


ଆସ କୁନା କୁନୀ  ତିଆରି କରିବା

   ନଉକା କାଗଜ ଡଙ୍ଗା

ଗଡୁୁଛି ଚାଳରୁ   ଝରଝର ପାଣି

   ଆକାଶୁ ଫିିଟିଛି ଗଙ୍ଗା ।

ନଈ ମଝିଧାରେ  ବୋଇତ ଆମରି

   ଯିବ ଦୂରେ ଭାସି ଭାସି

ନୀଳ ଦରିଆରେ   ବହିବ ପୂବେଇ

    ବହୁତ ଲାଗିବ ଖୁସି ।

ଖୋଲିଦେବା ଆମ  ଅଝାଲ ପାଲକୁ

    ସମ୍ଭାଳି ଧରିବା ମଙ୍ଗ

ଦ୍ବୀପ ରାଇଜରେ  କେତେ ନୂଆ ନୂଆ 

   ଭେଟଘାଟ ହେବେ ସାଙ୍ଗ ।

ନେଇଥିବା ଫୁଲ   ଦେବା ଉପହାର

     ବସିବା ମକର ମିତ

ହସିବା ଖେଳିବା   ନାଚିବା ମଜାରେ

    ଗାଇ ମନଫୁଲା ଗୀତ ।

ନାହିଁ ଡର ଭୟ  ଆମେ ତ ସାହସୀ

    ଓଡିଆ ସାଧବ ପୁଅ 

ରହିଛନ୍ତି ଚାହିଁ    ନୀଳାଚଳ ସାଇଁ

    କାଳିଆ ଆମରି ଦିଅ ।

        -----



Rate this content
Log in

Similar oriya poem from Inspirational