STORYMIRROR

Binata Mohanta

Children

4  

Binata Mohanta

Children

ଏହା କେଉଁ ନଗର

ଏହା କେଉଁ ନଗର

1 min
352

ଦିବାରେ ଦେଖୁଚି କି ମୁଁ ସପନ

ପରି ରାଇଜ ଅବା ଏହା କେଉଁ ସ୍ଥାନ

ପ୍ରତି ଦିଗେ ଦିଶେ ରଙ୍ଗ ତୁଳୀର ଜାଦୁଗରୀ

ସ୍ତବ୍ଧ ହୁଏ ନେତ୍ର ଦେଖି ନିପୂଣ କାରୁଗରୀ

ଏହା କେଉଁ ନଗରୀ......

ସନ୍ଧ୍ୟାର ଆଗମନେ କୃତ୍ରିମ ଆଲୋକ

ଝିଲିମିଲି ରୂପରେ ଦେଖାଏ ତା କୁହୁକ

ଆଲୋକିତ ପ୍ରତି ଅଫିସ, ଦୋକାନ ବଜାର

ରଙ୍ଗୀନ୍ ଆଲୋକ ମାଳା କହେ ମୋତେ ଛୁଅଁ ଅନ୍ଧାର

ଏହା କେଉଁ ନଗର......

ମସୃଣ ପ୍ରଶସ୍ତ ପଥ ଚିତ୍ରିତ ପଥ ପାର୍ଶ୍ଵ 

ନାନା ରଙ୍ଗ ମହଲ ସୃଜନ୍ତି ଅପୂର୍ବ ଦୃଶ୍ୟ

ରାସ୍ତା କଡେ ବିଶାଳ ବିଜ୍ଞାପନର ସମାହାର

ବିଶ୍ବକପ୍ ହକି ତହିଁ ହେଉଛି ପ୍ରଚାର

ଏହା କେଉଁ ନଗର.....

କାହିଁ ନର୍ତ୍ତକୀ କାହିଁ ଖେଳାଳିର ମୂର୍ତ୍ତି

ପ୍ରକାଶନ୍ତି ସଭିଏଁ କିଛି ନୂତନ ଅଭିବ୍ୟକ୍ତି

ପଥ ପ୍ରାନ୍ତେ ଦିଶେ ପ୍ରତି ଫଳକ ହକିର

ଅପୂର୍ବ ଝଲକ ସୁକ୍ଷ୍ମ କାରୁକଳାର

ଏହା କେଉଁ ନଗର.....

ଧ୍ୟାନ ଚାନ୍ଦଙ୍କର ପ୍ରତି ମୂର୍ତ୍ତି ବିଶାଳକାୟ

ଆବାଳ ବୃଦ୍ଧ ବନିତାଙ୍କ ଜିଣିଛି ହୃଦୟ

ସନ୍ଧ୍ୟାରେ ନରନାରୀ ତହିଁ କରନ୍ତି ଆସର

ଫଟୋ ପାଇଁ ଆସନ୍ତି କିଶୋରୀ କିଶୋର

ଏହା କେଉଁ ସହର.....

ରେଳ ସଡକ ପଥେ ଆସନ୍ତି ଯେତେ ପଥିକ

ନୂତନ ପୁରାତନ ବୃଦ୍ଧ ଅବା ଯୁବକ

ପ୍ରତି ଚରିତ୍ର ମାଗେ ଗୋଟିଏ ଉତ୍ତର

ଏଟେକି ଏ ଅଞ୍ଚଳ ଗଡ ହକିର

ଏହା କେଉଁ ସହର.....

ଏଇଠି ହେଉଛି ବିଶ୍ବକପ୍ ହକି ଆୟୋଜନ

ପ୍ରତିଦିନ ଏଇଠୁ ଉଡୁଛି ବିମାନ

ଆସିବେ ଖେଳାଳି ସାଜି ପ୍ରତିନିଧି ବିଶ୍ଵର

ଆଉ ପଚାରିବେ ଏହା କେଉଁ ପ୍ରାନ୍ତର

ଗର୍ବରେ କହିବୁ ଏ ଆମ ରାଉରକେଲା ସହର     ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children