STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ରୂପାନ୍ତର

ରୂପାନ୍ତର

1 min
393


ରୂପ ଯାର ଥାଏ ରୂପାନ୍ତର ଘଟେ

ପରିସ୍ଥିତି ପରିବେଶକୁ ନେଇ,

ସଂବାଳୁଆ ଟିହୁଏ ପ୍ରଜାପତି 

ପ୍ରକୃତିରପରା ନିୟମ ସେଇ l


ସଂବାଳୁଆ ଟି ଦିଶେନା ସୁନ୍ଦର 

କୁତ୍ସିତତାହାର ର ରଙ୍ଗଓ ରୂପ,

ପ୍ରଜାପତି ହୋଇ ମନ ମୋହିନିଏ

ଛାଡି ଦେଇଯାଏ ମନରେ ଛାପ l


ପୁରୁଣା ଶରୀର ପରିତ୍ୟାଗ କରି

ସୁନ୍ଦର ହେବାରବାସନା ନେଇ,

ଗହଳ ଖୋଷାରୁ ପ୍ରଜାପତି ଜନ୍ମେ 

ସୃଷ୍ଟି ର ବିକାଶ କରିବା ପାଇଁ l


ସାରା ଜଗତ ଟି ନିୟମରେ ବନ୍ଧା

ରୂପରୁ ତ ରୂପାନ୍ତରକୁ ଗତି,

ଆଜିଯିଏ ପକ୍ୱ କେଶ ବୃଦ୍ଧ ଟିଏ 

ପୂର୍ବେ ଥିଲା ଶିଶୁ ଚପଳ ମତି l


ପୃଥିବୀ ଗର୍ଭ ର ତାପ ଚାପସହି

କାଠ ରୁ କୋଇଲା ହୁଏ ଜନମ,

ତଦୁପରେ ଗୁରୁ ଚାପ ସହି ସହି

ବନିଥାଏ ପୁଣି ହୀରା ଉତ୍ତମ l


ନିହାଣ ମୁଗୁର ଆଘାତକୁ ସହି

ନିଦା ପଥର ରେ ଲାବଣ୍ୟ ଖେଳେ,.

କଷଣ ବିହୁନେ ବଡ଼ କେ ହୋଇଛି

କହି ପାରିବ କି ଏଧରା ତଳେ l


ଦୁଃଖଯାତନାରେ ସଢ଼ି ସଢ଼ି ପ୍ରାଣୀ

ଜୀବନକୁ ଶୁଦ୍ଧ ସୁବର୍ଣ୍ଣ କରେ,.

ନିଜ ଚରିତ୍ରର ମାର୍ଜନା କରିସେ 

ପ୍ରତି ଟି ପ୍ରାଣୀଙ୍କ ଦୁଃଖକୁ ହରେ l


ମରା ମରା କହି ଦସ୍ୟୁ ରତ୍ନାକର

ବାଲ୍ମୀକି ଋଷି ରେ ହୋଇଲେ ଗଣା,

ରୂପାନ୍ତର ହେଲା ଗୁଣଟି ତାଙ୍କର

ଲେଖିଗଲେ ରାମାୟଣ କୁ ସିନା l


ସବୁ ପଦାର୍ଥର ରୂପାନ୍ତର ଘଟେ

ତିନୋଟି ଅବସ୍ଥା ଅଟଇ ସେହି,

କଠିନ ତରଳ ଗ୍ୟାସୀୟ ତା ରୂପ

ବଦଳାଏ ସେତ ଉତ୍ତାପ ପାଇ l


ରୂପ ରୂପାନ୍ତର ଘଟ ଘଟାନ୍ତର

ଜୀବନ ରୀତିର ଗହନ କଥା,.

ବୁଝିଯାଏ ଯିଏ ଏତତ୍ତ୍ୱ ସକଳ 

ନୁଆଁଏ ସ୍ରଷ୍ଟାଙ୍କ ଚରଣେ ମଥା l


Rate this content
Log in

Similar oriya poem from Inspirational