STORYMIRROR

Mamatamanjari Das

Abstract Inspirational Children

4  

Mamatamanjari Das

Abstract Inspirational Children

ଲୁଚକାଳି ଖେଳ

ଲୁଚକାଳି ଖେଳ

1 min
308

ବଦଳି ଗଲାଣି ଜୀବନର ଛବି

ଆଧୁନିକ ଛାପ ପାଇଁ

ପିଲାବେଳ ସେହି ଲୁଚକାଳି ଖେଳ

ଆଉ ଏବେ ଜମା ନାହିଁ

ଆଗ ଭଳି ନାହିଁ ପିଲାଙ୍କର କୋଳାହଳ

ଶଢେଇରେ ଭାତ ଡାଲି ରାନ୍ଧଣା

ସମୟର ଚକାତଳେ ହଜିଯାଏ ଶୈଶବ

ପିଲାର ହାତରେ ଏବେ ମୋବାଇଲ ଖେଳନା ।

ନାହିଁ ଆଉ ଲୁଚକାଳି ଖେଳ

ନାହିଁ ଆଉ ଏକ ,ଦୁଇ ,ତିନି ଗଣନା

ନାହିଁ ମିଛ ରାଗ ରୋଷ ଅଭିମାନ

ଏବେ ଅଛି ଖାଲି ଛଳନା

ସମ୍ପର୍କରେ ନାହିଁ ଆଉ ମଧୁରତା

ନାହିଁ ଛୋଟ ପିଲାଙ୍କ ର କଳିତକରାଳ

ବ୍ୟାଗ ଭର୍ତ୍ତି ବହି ଧରି କଟୁଛି ଏବେ

ପିଲାଙ୍କ ର ଶୈଶବ ସକାଳ ।

ଜଣେ ଲୁଚେ ଜଣେ ଖୋଜେ

ମନେ ଥାଏ ଆନନ୍ଦ ଲହରୀ

ଗଛ ବୁଦା କବାଟ କଣରେ ଲୁଚା

ଲୁଚକାଳି ଖେଳୁ ଖେଳୁ ସମୟ ଯାଏ ସରି

ସମ୍ପର୍କରେ ଆଗଭଳି ଆଉ ନାହିଁ

ସ୍ନେହଁ ପରିପୂର୍ଣ୍ଣ ନିଜର ପଣିଆ

ଏବେତ ସମସ୍ତେ ଉଡାଣ୍ ରେ ବ୍ୟସ୍ତ

ସୃଷ୍ଟି କରିବା ପାଇଁ ନିଜ ପରିଚୟ ।

ଏବେତ ସମ୍ପର୍କରେ ମିଳେ ଖାଲି

ହଳାହଳ ବିଷର ପିଆଲା

ନିଜର କହି ଖେଳନ୍ତି ଆତ୍ମୀୟ ମାନେ

ମିଛି ମିଛିକା ଲୁଚକାଳି ଖେଳ

ନିଜ ସ୍ୱାର୍ଥ ସରିଗଲା ପରେ ଆଡ ହୋଇଯାନ୍ତି

ପାଖରେ ତାଙ୍କର ଆଉ ନଥାଏ ଟିକେହେଲେ ବେଳ ।

ମଣିଷ ଜୀବନ ବନ୍ଧୁ

ଜନମ ଆଉ ମରଣର ଲୁଚକାଳି ଖେଳ

ଭିତରେ ହଳା ହଳ ଜୀବନ

ସ୍ନେହର ଆଲିମ୍ପନରେ କର ଆପଣା ସଭିଙ୍କୁ

ସରିବା ଆଗରୁ ହୃଦୟରୁ ସ୍ପନ୍ଦନ

ମନଭରି ଜୀଇଁବାକୁ ଦିଅ ଶୈଶବ କୁ

ଖୋଲି ଦିଅ ପିଲାଙ୍କ ପାଦରୁ ଆକଟ ଶୃଙ୍ଖଳ

ପ୍ରଜାତିର ମନନେଇ ଖେଳନ୍ତୁ ସେ ଲୁଚକାଳି ଖେଳ

ପୂର୍ଣ୍ଣତା ଭରିଯାଉ ଶୂନ୍ୟତା ଭିତରେ

ଫେରିଆସୁ ଅତୀତର ଶୈଶବ ସକାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract