STORYMIRROR

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ଗୋପବନ୍ଧୁ ବନ୍ଧୁ ଅବେଳେ ସେହି

ଗୋପବନ୍ଧୁ ବନ୍ଧୁ ଅବେଳେ ସେହି

1 min
243


                

ଉଛୁଳା ନଈ ଲୋ ନଈରେ ଘାଇ

ଗାଁ ଗଣ୍ଡା ସବୁ ଯାଇଛି ଧୋଇ

ମୁଣ୍ଡ ଗୁଞ୍ଜିବାକୁ ମଥାନ ନାହିଁ

ନାଆରେ ଭାସୁଛୁ ରାହା ନପାଇ

ଆହା କହିବାକୁ କିଏସେ କାହିଁ !

ନାଉରି ଭାଇ ତୁ ପାରିବୁ କହି ?

ନାଉରି କହିଲା ନାଆ କୁ ବାହି,

ଅଛନ୍ତି ଜଣେ ଲୋ ଦରଦୀ

ସେହି କରୁଣାର ସିନ୍ଧୁ ଆମରି ପାଇଁ

ଗୋପବନ୍ଧୁ ବନ୍ଧୁ ଅବେଳେ ସେହି।

ଅମାନିଆ ମେଘ ବରଷା ହୋଇ

ସପନକୁ ଗଲା ଉଜାଡି ଦେଇ

ଦନାକନା ସବୁ ନେଲା ଭସେଇ

ଖାଇବା ନାହିଁକି ପିଇବା ନାହିଁ

ଆହା କହିବାକୁ କିଏସେ କାହିଁ !

ନାଉରି ଭାଇ ତୁ ପାରିବୁ କହି ?

ହସିହସି ପୁଣି କହିଲା ସେହି

ଭାବୁଛନ୍ତି ଜଣେ ଆମରି ପାଇଁ

ଆସୁଛନ୍ତି ଚୁଡ଼ା ଚାଉଳ ନେଇ

ତାଙ୍କ ପରି ବନ୍ଧୁ ନାହିଁ ଲୋ କେହି

ଗୋପବନ୍ଧୁ ବନ୍ଧୁ ଅବେଳେ ସେହି।

ଫି ବର୍ଷ ଆସି ଏମିତି ବଢି

ସୁନା ସଂସାରକୁ ଦିଏ ଉଜାଡି

ଥଳକୁଳ ଜମା ମିଳେନି କାହିଁ

ଡରି ଡରି ଆମେ ରହୁଛୁ ଜୀଇଁ

ଆହା କହିବାକୁ କିଏସେ କାହିଁ !

ନାଉରି ଭାଇ ତୁ ପାରିବୁ କହି ?

ନାଉରି କହିଲା ସେହିରେ ସେହି

ମ କଥା ଜଣେ ଭାବି କାନ୍ଦଇ

ତା ଘର ସଂସାର ପାଶୋରି ଦେଇ

ରୋଗୀଣା ପୁଅକୁ ପଛେ ପକେଇ

ଗୋପବନ୍ଧୁ ବନ୍ଧୁ ଅବେଳେ ସେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍