STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଫେରି ଆସନ୍ତାନି

ଫେରି ଆସନ୍ତାନି

1 min
384


ଫେରି ଆସନ୍ତାନି ପୁରୁଣା ସମୟ

ଯାହା ବିତି ଯାଇଅଛି

ଜୀବନରେ ଖେଳ ଯାହା କରିଥିଲି

ଆଜି ମୋ ମନେ ପଡୁଛି।

ବାଲିଧୂଳି ଆଉ କୁମ୍ଭାର ଘରକୁ

ବାଗୁଡି଼ ଖେଳିବା ମଜା

ବୋହୂଚୋରି ସହ ମିଛ ବାହାଘର

ରୋଷେଇ କରିବା ଖଜା।

ଓଳିରୁ ଫୋଟକା ଡଙ୍ଗା ଭସାଇବା

ଝିପିଝିପି ବରଷାରେ

ଓଦା ସରସର ଭିଜି କି ମାଆଠୁ

ମାଡ଼ ସଦା ଖାଇବାରେ।

ଉଡା଼ଜାହାଜକୁ ଆକାଶରେ ଦେଖି 

ଶୁଣିଲେ ଶବଦ ତାର 

ଲୁଚି ଯାଉଥିଲି ମାଆ କାନି ଧରି

ଆଖିରୁ ବୁହାଇ ଝର।

ଚୋରି କରିଥିଲି ସାଙ୍ଗସାଥି ମେଳେ

ଦେଖିଲେ କଷି ପିଜୁଳି

ଗଛରେ ଚଢି଼କି ମନ ଆନନ୍ଦରେ

ଖାଉଥିଲି ବରକୋଳି।

ବାପା ଯେତେବେଳେ ମଇ ମାରୁଥିଲେ

ବସିକି ବଡ଼ ଆନନ୍ଦ

ବେଙ୍ଗଳା କରିଲେ ପଛରେ ଚାଲିକି

ଅଡେ଼ଇ ଥାଏ ବଳଦ।

ଆକାଶର ଜହ୍ନ ମାମୁଙ୍କୁ ଦେଖାଇ

ଜେଜି କରୁଥିଲେ ଗେଲ

ଦୂର ଆକାଶରେ ଇନ୍ଦ୍ରଧନୁ ଦେଖି

ନାଚିଅଛି ପାଇ ଭଲ।

ଆମ୍ବତୋଟା ଖେଳ ପୋଖରୀ ପହଁରା

ମାଆଙ୍କର ବେତ ମାଡ଼

ଆଉ ଏ ସବୁକୁ ଦେଖିବା ସପନ

ଶୀତ ବି ଭାଙ୍ଗିନି ହାଡ଼।

ଗୁଳୁଗୁଳି ଖରା ମାନୁ ନଥିଲି ମୁଁ

ସେ କାଳେ ଜୀବନେ ମୋର

ବରଷା କାଳରେ ସାଧବ ବୋହୂକୁ 

ଦେଖୁଥିଲି ବାରବାରେ।

ବଡ଼ ହେଲି ଯେବେ ଆଦର ଯତନ

ଆଉ କି ପାଇବି ବାରେ

ଫେରି ଆସନ୍ତାନି ପୂର୍ବ ସମୟ

ଆଜି ଯା' ଲୁହ ମୋ' ଝରେ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children