STORYMIRROR

Hemanta kumar Sahoo

Children Stories

4  

Hemanta kumar Sahoo

Children Stories

ମମତାମୟୀ ମାଆ

ମମତାମୟୀ ମାଆ

1 min
262

 

ମାଆ ତ ମମତା ରୂପକୁ ବହିଛି 

ସର୍ବ°ସହା ଯାଦୁକାରୀ

ମମତାରେ ବାନ୍ଧେ ସୁଖୀ ପରିବାର

ସ୍ନେହ ପ୍ରେମ ସଦା ଭରି ।।

ମାଆ ମମତାର ତୁଳନା ନାହିଁ ଯେ 

ଅମୂଲ ମୂଲ ଯେ ତାହା

ମାଆର ମମତା ଆଗେ ସବୁକିଛି

ଫିକା ପଡେ ଥାଉ ଯାହା ।।

କରୁଣା ଦାୟିନୀ ମଧୁର ଭାଷିଣୀ

ସିନ୍ଦୂର ମଣ୍ଡନୀ ମାଆ

ତାଙ୍କ କୋଳେ ମୁହିଁ ଜନମ ଲଭିଣ 

ପାଇଛି ଦୁନିଆ ରାହା ।।

ମମତାର ଯିଏ ଗନ୍ତାଘର ଏଠି‌

ମମତା ବାଣ୍ଟେ ସବୁଙ୍କୁ 

ଶୁଖେନି କେବେ ସେ ପ୍ରୀତିର ଝରଣା

ଆସ କିଏ ପିଇବାକୁ ।।

ମାଆ ମମତାକୁ ଯେ ଜନ ଜାଣିଛି 

ଚିହ୍ନିଅଛି ଦୁନିଆକୁ

ମାଆ ପରି ଏହି ଅମୂଲ୍ୟ ସମ୍ପଦ 

ରଖିଛି ଧରି ଧରାକୁ ।।

ଜନମ ଦେଇଛି ମହା ମନିଷୀଙ୍କୁ 

ସିଏ ପରା ବୀର ନାରୀ 

ମାଆର ପଣତ ଶ୍ରୀ ମନ୍ଦିର ନେତ 

କେ ହୋଇବ ସମସରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍