STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅଳସ ଆଖିରେ ଭିଜା ସପନ

ଅଳସ ଆଖିରେ ଭିଜା ସପନ

1 min
409


ପାହିଲାଣି ରାତି ହେଲାଣି ସକାଳ 

ବୁଣିଲେଣି ରଙ୍ଗ ବାଳ ଅରୁଣ

ନିଦ୍ରା ପରିହରି ଉଠ ଧନମଣୀ

କଲେଣି କୂଜନ ବିହଙ୍ଗଗଣ ।

ମୁଦି ହୋଇଯାଏ ଆଖିପତା ଦୁଇ 

ଗହଳ ନିଦ୍ରାରେ ହେଉ ଆଚ୍ଛନ୍ନ 

ଜାଗ୍ରତ ହେବାକୁ ବଳୁନାହିଁ ମନ

ଅଳସ ଆଖିରେ ଭିଜା ସପନ ।

ସପନର ଘୋଡା ଉଡଇ ପବନେ

ଦେଖଇ ବୁଲି ସେ ପରୀରାଇଜ

ଫୁଲ ପାରିଜାତ ବାସେ ମହମହ

ସପନେ ଜୀବନ ଲାଗେ ସହଜ ।

ନୁହଁଇ ବାସ୍ତବ ସପନର ଦୃଶ୍ଯ 

ମନର ଭ୍ରମ ସେ ମିଥ୍ଯା ଅଳୀକ

କରମ ନକଲେ ହେବନାହିଁ ବଞ୍ଚି

ନପଢିଲେ ପାଠ ହୋଇବୁ ମୁର୍ଖ ।

ଉଠ ଧନମଣୀ ଜାଗ୍ରତ ହୁଅ 

ନିଷ୍ଠାଯୁକ୍ତ ହୋଇ କର କର୍ତ୍ତବ୍ଯ

ଲକ୍ଷ୍ଯ ସିଦ୍ଧି ପାଇଁ ଲୋଡା ପରିଶ୍ରମ

ସୁପାତ୍ର ଶ୍ରେଷ୍ଠତା ଅର୍ଜନ ସୁଯୋଗ୍ଯ ।

     


Rate this content
Log in

Similar oriya poem from Inspirational