STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଧରମ ଆଖିରେ ଲୁହ

ଧରମ ଆଖିରେ ଲୁହ

1 min
233


ପାପର ଭାରା ବଢିଯାଏ ଯେବେ

ଏହି ଧରଣୀର ତଳେ,

ରାହା ପାଏ ନାହିଁ ପୁଣ୍ୟ ଯେଉଁଠି

ଧରମ ହିଁ ଲୁହ ଢାଳେ l

କେତେ ଆଶା ରଖି ସନ୍ତାନ ପାଳନ୍ତି

ମାଆ ବାପା କଷ୍ଟ ସହି,

ସମୟ ଆସିଲେ ସେଇ ପିଲାମାନେ

ବିମୁଖ ଯାଆନ୍ତି ହୋଇ,

ମାଆ ବାପା ଯହିଁ ରାହାକୁ ନପାଇ

ନୟନୁଁ ବୁହାନ୍ତି ଲୁହ,

ସନ୍ତାନ କଷଣ କରେ ଦୁଃଖିମନ

ବଢେ ଅଧର୍ମର ସୁଅ l

ତେଵେତ ସଂସାରେ ଅଧର୍ମ ଦିଅଇ

ଧରମ ଆଖିରେ ଲୁହ l

ଅନ୍ୟାୟ ଅନୀତି ବଢିଯାଏ ଯେବେ

ନ୍ୟାୟ ହୁଏ ବାଟ ବଣା,

ସରଳ ମଣିଷ ସତ୍ୟ ପଥେ ଚଳି

ଭୋଗଇ ଦୁଃଖ ଯାତନା l

ଜୀବିକା ନପାଇ ସଂସାରୀ ମଣିଷ

ସଂସାରେ ଚଳିବା କଷ୍ଟ,

ଉପାୟ ନପାଇ ଆଖିର ଲୁହରେ 

ଚିନ୍ତଇ କେବଳ ଇଷ୍ଟ l

ନ୍ୟାୟ ପାଇବାକୁ ଯୁଝି ଯୁଝି ତାର

ଉଠଇ ମନରେ କୋହ l

ତେଵେତ ସଂସାରେ

ରୋଗ ଯନ୍ତ୍ରଣା ରେ ପୀଡିତ ମାନବ

ପ୍ରଭୁଙ୍କ ଆଶ୍ରା ରେ ରହେ,

ରୋଗ ନିବାରଣ ହୋଇପାରେ ନାହିଁ

ଡାକ୍ତର ବି ହାରିଯାଏ,l

ଅଧର୍ମ ଅନୀତି ବଢିଯାଏ ଯେବେ

ନିରୀହ ଜନତା ଭୋଗେ,

ପରୀ ପରି କେତେ ସୁକୁମାରୀ ଝିଅ

ନ୍ୟାୟ ସମାଜ କୁ ମାଗେ l

ଯେଉଁଠି କାନ୍ଦଇ ଜନ୍ମିତ ଶିଶୁ ଟି

ବୁଦା ଗହଳରେ ଶୋଇ,

ଧର୍ମ ବି ସେଇଠି ଲୁହକୁ ଗଡାଇ

କାନ୍ଦୁ ଥାଏ କଇଁ କଇଁ l

ନ୍ୟାୟଧର୍ମ ଆଉ ସଂସ୍କାର ସଂସ୍କୃତି

ପ୍ରଶ୍ନବାଚୀ ହୋଇଯାଏ 

ତେଵେତ ସଂସାରେ

ନିରୀହ ଲୋକର ପ୍ରାପ୍ୟ କୁ ଯେବେ

ଆଉ କିଏ ମାରି ନିଏ,

ସେହି ମଣିଷର ବିକଳ ଯାତନା

ଭାଷାରେ କହିନହୁଏ l

ସ୍ୱାର୍ଥରେ ମନୁଷ୍ୟ ଅନ୍ଧ ହୋଇଯାଇ

ଅନ୍ୟ କୁ କରେ ଶୋଷଣ

ଜୀବନର ଲକ୍ଷ୍ୟ ହୋଇ ଯାଏ ଯେବେ

ଖାଲି ବିଳାସ ବ୍ୟସନ l

ଧର୍ମ ଯେତେବେଳେ ବାହୁନିକାନ୍ଦଇ

ଜନମ ପ୍ରଭୃହେ ନିଅ,

ଡାକନ୍ତି ବିକଳେ ସଭିଏଁ ତୁମକୁ 

ଆସ ଏବେ ଦୟାମୟ l

ଯେବେ ଏ ସଂସାରେ ଅଧର୍ମ ଦିଅଇ

ଧରମ ଆଖିରେ ଲୁହ

ଆସ ପ୍ରଭୁ ଦୟାମୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational