Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Children

4  

Bidutprabha Mishra

Inspirational Children

ଶବ୍ଦ ବିଭୋରତା

ଶବ୍ଦ ବିଭୋରତା

1 min
405


ଶବ୍ଦ ପରଂବ୍ରହ୍ମ ଶବ୍ଦ ନାଦ ବ୍ରହ୍ମ 

 ଓଁକାରୁ ଶବଦ ସୃଷ୍ଟି 

ଶବ୍ଦମୂଳେ ପରା ଏସାରା ଜଗତ

ଗଢିଛନ୍ତି ପରମେଷ୍ଟି l


ଶବ୍ଦରୁ ବେଦ ଉପନିଷଦ ରଚନା

ଶବ୍ଦ ମନ୍ତ୍ରତନ୍ତ୍ର ଧ୍ୟାନ 

ଶବ୍ଦ ହିଁ ଧାରଣା ଜପ ଆରାଧନା

ବିଭୋର କରଇ ପ୍ରାଣ l


ଶବ୍ଦ ଶବ୍ଦ ମିଶି ମଧୁରିମା ଭରେ 

କୋଇଲିର କୁହୁ ହୋଇ 

କେବେ ଛଳ ଛଳ କଳ କଳ ବହେ

ଯେସନେ ଶବ୍ଦର ନଈ l


ସ୍ୱର ବର୍ଣ୍ଣ ତେର ବ୍ୟଞ୍ଜନ ଛତିଶ

ମିଶି ଅଣଚାଶ ସେତ 

ଓଡ଼ିଆ ଭାଷାକୁ ସମୃଦ୍ଧ କରୁଛି

ଶବଦ ତହିଁରୁ ସୃଷ୍ଟ l


ବର୍ଗ ପଚିଶଟି ଅବର୍ଗ ଏଗାର

ମିଶିଲେ ବ୍ୟଞ୍ଜନ ବର୍ଣ୍ଣ 

ହର୍ଷ ଦୀର୍ଘ୍ୟଆଉ ଯୁକ୍ତ ସ୍ୱର ମିଶି 

ହୋଇଥାଏ ସ୍ୱର ବର୍ଣ୍ଣ l


ଶବ୍ଦ ଶବ୍ଦ ମିଶି ଗଢା କବିତାଟି 

ଛନ୍ଦ କେବେ ଛନ୍ଦ ହୀନ .

ଜଣାଣ ଭଜନ ରମ୍ୟ ରସାତ୍ମକ

ଷଡ଼ ରସ ପରିପୂର୍ଣ୍ଣ l


ଶବ୍ଦର ବିନ୍ୟାସ ହେଲେ ଅନୁପମ

ବିଭୋର କରଇ ପ୍ରାଣ 

କର୍ଣ୍ଣକୁ ସୁନ୍ଦର ହିଲ୍ଲୋଳିତ କରେ

ସତେକି ମଧୁର ତାନ l


ପ୍ରଣାମ କରୁଛି ଶବ୍ଦ ହେ ତୁମକୁ

ଆସିବ ପାଶକୁ ମୋର 

ଗୁନ୍ଥିଣ ତୁମକୁ ମା'ବାଗଦେବୀଙ୍କ

କଣ୍ଠେ ଦେବି ଉପହାର ll



Rate this content
Log in

Similar oriya poem from Inspirational