ଆଜିର ପିଲା
ଆଜିର ପିଲା
କିଏସେ କହେ ଜହ୍ନ ରାଇଜ
ଦୂର ଆକାଶେ ଅଛି,
ତା'ପାଶେ ଯିବା ନୁହେଁ ସହଜ
ଆମେ ତା'ଆଗେ ମାଛି ।
କିଏସେ କହେ ନୀଳ ସାଗର
ଅଥଳ ଭରା ପାଣି,
ତା'ର ଗରଭେ କଅଣ ଅଛି
କିଏବା ଅଛି ଜାଣି ।
ଆଜିର ପିଲା କହେ ମୁଁ ଦିନେ
ଜହ୍ନ ରାଇଜ ଯିବି,
ଦେଖିବ ଦିନେ ସେଇଠି ଘର
ତୋଳି ମୁଁ ରହିଥିବି ।
ସାଗରେ ଅଛି ବଣ, ପାହାଡ
ହୀରା,ନୀଳାର ଖଣି,
ତୋଳି ଆଣିବୁ ମୋତି, ମାଣିକ
ମୁକୁତା ଆଉ ମଣି ।
ପୋତିବୁ ନାନା ଜାତିର ଗଛ
ଜହ୍ନ ରାଇଜେ ନେଇ,
ସାଗରେ ସେତୁ ବାନ୍ଧିବୁ ଆମେ
ଦେଶ ବିଦେଶ ପାଇଁ ।
ସପନ ଆମ କରିବୁ ସତ
ପଢ଼ିବୁ ମନ ଦେଇ,
ମାଟି ମାଆର ନାଆଁ ରଖିବୁ
ଏଇ ଶପଥ ନେଇ ।।
