ପଣକିଆରେ ଗଣେଶଙ୍କୁ ଜଣାଣ
ପଣକିଆରେ ଗଣେଶଙ୍କୁ ଜଣାଣ
ସତର ଏକେ -- ସତର,
ଆହେ ପ୍ରଭୁ ଲମ୍ବୋଦର l(1)
ସତର ଦୁଗୁଣେ --ଚଉତିରିଶୀ,
ତୁମକୁ ଡାକୁଅଛୁ ଦିବାନିଶି l(2)
ସତର ତିରିକି -- ଏକାବନ,
ଗାଉଅଛୁ ତୁମ ଭଜନ l(3)
ସତର ଚଉକୁ -- ଅଠଶଠି,
ଶୁଖିଗଲାଣି ଆମର ତଣ୍ଟି l(4)
ସତର ପଞ୍ଚା -- ପଞ୍ଚାଅଶୀ,
ତୁମ ନାମକୁ ଘୋଷି ଘୋଷି l(5)
ସତର ଷୋହକୋ - ଶହେ - ଦୁଇ,
ଦୁଃଖ ଆମର ଶୁଣ ହେ ସାଇଁ l(6)
ସତର ସତl - ଶହେ - ଉଣସି,
ମୂର୍ଖରୁ ଉଦ୍ଧାର କର ଆସି l(7)
ସତର ଅଷ୍ଟା -- ଶହେ - ଛତିଶୀ,
ଆମକୁ ଜ୍ଞାନ ଦିଅ ବେଶୀ l(8)
ସତର ନୂଆଁ -- ଶହେ - ତେପନ,
ଭକ୍ତି ନୈବେଦ୍ୟ କରୁ ଅର୍ପଣ l(9)
ସତର ଦଶା --- ଶହେ --ସତୁରି,
କର ଆମକୁ କାଳିଦାସ ପରି l(10)
