STORYMIRROR

Debadatta Jena

Inspirational Children

4  

Debadatta Jena

Inspirational Children

ଗୁରୁ

ଗୁରୁ

1 min
332

ଗୁରୁ..

ଯିଏ ଦିବ୍ୟ ଚଳତ୍ ମାନ ରାସ୍ତା,

ସ୍ୱୟଂ ସ୍ଥିର..

କିଂତୁ ଦିଗ ନିୟନ୍ତ୍ରକ,

ମାର୍ଗ ନିର୍ଣ୍ଣୟର ପ୍ରଚଣ୍ଡ ସୂତ୍ରଧର,

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ପ୍ରଦର୍ଶନର

ଅଦ୍ଵିତୀୟ ବିନ୍ଧାଣୀ..

ଉଜ୍ଜଳ ତମ ଜ୍ୟୋତିଷ୍କ,

ନୀରବଛିନ୍ନ ସାଧନାର ଯଶସ୍ବୀ, 

ବରେଣ୍ୟ ସ୍ରଷ୍ଟା,ଯାହାଙ୍କ 

ସାନ୍ନିଧ୍ୟ ପାଇଁ ଆବଶ୍ୟକ ଅଖଣ୍ଡ

ବିଶ୍ୱାସ ଓ ଅସରନ୍ତି ଆସ୍ଥା..!

ଗୁରୁ କେବଳ

ଶବ୍ଦରେ ସୀମିତ ନୁହଁନ୍ତି,

ସ୍ୱୟଂ ଶବ୍ଦ ବ୍ରହ୍ମ, ଶବ୍ଦାର୍ଥର ସ୍ୱରୂପ,

ଅମୂଲ୍ୟ,ଦୁଃଷ୍ପ୍ରାପ୍ୟ ପରଶମଣି,

ସାମାନ୍ୟ ସ୍ପର୍ଶ ମାତ୍ରକେ,ଦୁର୍ମୁଲ୍ୟ

କଙ୍କର ଵି ହୁଏ ମୋକ୍ଷ ପ୍ରାପ୍ତ, 

ବୈଦୁର୍ଯ୍ୟ ମଣି,ମାଣିକ୍ୟ ଯୁକ୍ତ,

କେଉଁ ରୂପାନ୍ତରିତ ମଣି..!

ଗୁରୁ ପରଂମ..

ସ୍ୱୟଂ ଆକାର ସୃଷ୍ଟ,

କଲ୍ପନାତୀତ,ସ୍ୱୀୟ ବିଶ୍ୱ ବ୍ରହ୍ମାଣ୍ଡ,

ସ୍ଵୟଂଭୂ ସମ୍ଭବ,ଧୂରୀଣ ଦ୍ରଷ୍ଟା,

ଅତ୍ର,ଯତ୍ର ତତ୍ର,ସର୍ବତ୍ର,

ପରିବ୍ୟାପ୍ତ,ସର୍ବବ୍ୟାପ୍ତ ପ୍ରତିଭୂ,

ସାକାର ମଧ୍ୟରେ ନିରାକାର,

କେଉଁ ସୀମାରେ ସୀମିତ ନୁହଁନ୍ତି,

ଅସୀମିତ ଓଜଦୀପ୍ତ ଆସ୍ଥା..!

ଗୁରୁ ସର୍ବଶ୍ରେଷ୍ଠ..

ପରମ କାରୁଣିକ,

ଦିବ୍ୟ ସ୍ୱରୂପ ଚେତନା ଉଦୀପ୍ତ,

ନିତ୍ୟ ନୈମିତ୍ତିକ ସତ୍ତା,

ଅନୁସନ୍ଧିତ୍ସା ଲବ୍ଧ ଜ୍ୟୋତିର୍ମୟ

ସ୍ୱରୂପ,ଯୋଗଜନ୍ମା ଆଦି ସ୍ରଷ୍ଟା,

କାର୍ଯ୍ୟ ଓ କାରଣ ଲକ୍ଷ୍ୟ,

ସଦା ଅବିଚଳିତ ସ୍ରୋତ,

ପ୍ରତି ଲକ୍ଷଣ,ବିଲକ୍ଷଣର ଉର୍ଦ୍ଧ,

ସ୍ୱୟଂ ନଶ୍ୱର ତଥା ଅବିନେଶ୍ୱର,

ମନରେ,ଆତ୍ମାରେ,ହୃଦୟରେ,

ଅସୀମ ଉତ୍ସସିତ ଆନନ୍ଦ କନ୍ଦ,

ସଦା ଉନ୍ମୁକ୍ତ,ଭକ୍ତି,ମୁକ୍ତି,ମୋକ୍ଷ,

ଆତ୍ମ ଉପଲବ୍ଧିର ତ୍ରାଣକର୍ତ୍ତା,

ସ୍ୱତଃସ୍ଫୁର୍ତ୍ତ ଆତ୍ମିକ ଶ୍ରଦ୍ଧା..!

ହେ ଗୁରୁ..

ଆତ୍ମ ଚୈତନ୍ୟ ଲବ୍ଧ,

ସମ୍ୟକ ଦୃଷ୍ଟି, ସ୍ୱୟଂଭାବର ଦ୍ରଷ୍ଟା,

ଅନନ୍ତ ଚେତନାର ଅଦମ୍ୟ ସ୍ରଷ୍ଟା,

ପୂଜ୍ୟ ପୂଜାର ଏ ପାବନ 

ଅବସରେ, ଯଥୋଚିତ ଯଥାମାନ୍ୟ,

କୃତାଞ୍ଜଳୀ, ପୁଷ୍ପାଞ୍ଜଳି ପୁଟେ,

କାୟ ମନୋବାକ୍ୟେ ପ୍ରଣତି ଅର୍ଘ୍ୟ,

ଏଇ ଭକ୍ତିପୂତ ନୈବେଦ୍ୟ,

ହେ ଗୁରୁ ପରଂ, ଗୁରୁଦେବ ସ୍ୱରୂପ,

ପ୍ରଣାମମି ନମଃ,ପ୍ରାଣମାମି ତସମୈ,

ପ୍ରଣାମାମି ନମୋ ନମଃ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational