ବାପା ମୋର ପ୍ରଥମ ଆଦର୍ଶ
ବାପା ମୋର ପ୍ରଥମ ଆଦର୍ଶ
ବାପା ମୋର ଖୋଲା ଆକାଶ ପରି,
ଆଉ କେ' ନାହାନ୍ତି ତାଙ୍କରି ସରି।
ଭଲ ମନ୍ଦରେ ମୋ ସାଥେ ଥାଆନ୍ତି,
ମୋ ମନ କଥା ନକହି ଜାଣନ୍ତି ।
ସ୍ନେହ ଓ ଶ୍ରଦ୍ଧାରେ ନକରି ଊଣା,
ସବୁ ଅଝଟ କରନ୍ତି ଭରଣା।
ବାପା ମୋ ପାଇଁ ପ୍ରଥମ ଆଦର୍ଶ,
ଭରନ୍ତି ମୋ ମନେ ଅଦମ୍ଯ ସାହସ।
ବାପାଙ୍କ ଆକଟ ଲାଗଇ ପିତା,
ସେ ଆକଟ ଯୋଗୁଁ ଜଗତ ଜିତା।
ମୋ ଜୀବନେ ସେ ଆଲୋକ ବର୍ତ୍ତିକା,
ତାଙ୍କ ଆଶିଷେ ହେବି ମୁଁ ଲେଖିକା।
ବାପା ମୋ ପାଇଁ ଦେବତା ସମାନ,
ଶାନ୍ତ କରନ୍ତି ଭାରାକ୍ରାନ୍ତ ମନ।
ବାପା ଜଗତେ ଚଳନ୍ତି ଠାକୁର,
ତାଙ୍କ ପାଇଁ ଘର ସରଗ ପୁର।
ଅଧୁନା ସମାଜ ଭାରି ସ୍ବାର୍ଥପର,
ବୃଦ୍ଧ ଅବସ୍ଥାରେ କରନ୍ତି ପର।
ବୃଦ୍ଧାଶ୍ରମେ ଛାଡି ଯା'ନ୍ତି ସନ୍ତାନ,
ବିସ୍ମରି ଥା'ନ୍ତି ତାଙ୍କ ଅବଦାନ ।
ଆଖିରୁ ତାଙ୍କର ଝରିଲେ ଲୁହ,
ପିଲାଙ୍କ ଉନ୍ନତି ହେବକି କୁହ?
ଦୁଃଖଦାୟୀ ଅଟେ ପିତୃଙ୍କ ଶାପ,
ଅବହେଳା କଲେ ଲାଗିବ ପାପ।