Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

4  

Tapan Kumar Swain

Children

ଏଇ ମୋର ଦେଶ ଭାରତ

ଏଇ ମୋର ଦେଶ ଭାରତ

1 min
291



ଜନ ଗଣ ମନ

ଗାଆନ୍ତି ସଭିଏଁ

ଯେଉଁଠି ଜାତୀୟ ସଙ୍ଗୀତ ।

ଏଇ ମୋର ଦେଶ ଭାରତ ........


ବଙ୍ଗୋପ ସାଗର  

ପାଦ ଧୁଏ ଯା'ର

ନିଇତି ହୋଇଲେ ପ୍ରଭାତ ।

ଏଇ ମୋର ଦେଶ ଭାରତ.........


ତଟିନୀ ଗଭାରେ

କାଶତଣ୍ଡି ହସେ

ଶରତ ଛୁଇଁଲେ ମରତ ।

ଏଇ ମୋର ଦେଶ ଭାରତ.........


ଯେଉଁ ଦେଶେ ଜନ୍ମ

ନେତାଜୀ ବାପୁଜୀ

ମଧୁ ଗୋପବନ୍ଧୁ ଭଗତ ।

ଏଇ ମୋର ଦେଶ ଭାରତ..........


ପୁରାଣ ଦର୍ଶନ

ସାହିତ୍ୟ ବିଜ୍ଞାନ        

ସବୁ ଥିରେ ବିଶ୍ୱେ ବିଖ୍ୟାତ ।

ଏଇ ମୋର ଦେଶ ଭାରତ..........


ଆସ ମିଳିମିଶି

ସବୁ ଭାଷା-ଭାଷୀ

ରଖିବା ତାହାର ମହତ ।

ଏଇ ମୋର ଦେଶ ଭାରତ..........



Rate this content
Log in

Similar oriya poem from Children