STORYMIRROR

Chittaranjan Nanda

Inspirational Children

4  

Chittaranjan Nanda

Inspirational Children

ଶୁଦ୍ଧ ସ୍ୱରୂପ ମାନଵିକତାର

ଶୁଦ୍ଧ ସ୍ୱରୂପ ମାନଵିକତାର

1 min
571


ମଣିଷ ଯେ ଏକ ସାମଜିକ 

ପ୍ରାଣୀରେ ଗଣା

ବିବେକ ଯୋଗୁ ସେ ଶ୍ରେଷ୍ଠ

ବୋଲି ଜଣା


ପଶୁ ପରି ବଶ ହୋଇ ପାରେ 

କାମ ଜ୍ୱାଳାରେ

ପଶୁ ହୋଇ ଯାଏ ମନୁଷ୍ୟ ତାର

କ୍ରୋଧ ଅବସ୍ଥାରେ


ଲୋଭ ଅଛି, ସନ୍ତୁଷ୍ଟି ନମିଳେ

ଲୋଭୀ ହୋଇଲେ 

ଅଶାନ୍ତ ରହେ, ବୁଝେ ନାହିଁ ମନ 

ଧନ ଯେତେ ଥିଲେ  


ମୋହ ଅଛି, ମୋହିତ ହୁଏ ଦେଖି 

ସେ ଆପଣାକୁ

ସ୍ୱାର୍ଥହାନି ପାଇଁ ଭରଇ ଜହର 

ଛାଡେ ମଧୁରତାକୁ  


ମାୟାର ଅଦୃଶ୍ୟର ଜାଲ ଛନ୍ଦି ହୋଇ 

ଯିବ ଯେବେ

ତାହାର ସେଥିରପ ମୁକୁଳିବା ସମ୍ଭବ 

ହୁଏନି କେବେ  


ହିଂସା ଯଦି ମନେ ଜାତ ହୋଇଯାଏ 

ହରାଏ ସେ ନିଜ ଜ୍ଞାନ

ଅନ୍ୟକୁ ଯାତନା ଦେବାରେ ତାହାର 

ଆନନ୍ଦିତ ହୁଏ ମନ 


ବଶ କରିଥିଲେ ଇର୍ଷା ମଣିଷକୁ ଥରେ

ତାହାର ପରଶ ଛାଡ଼େ ନାହିଁ

ଅଯଥାରେ ନିଜ ଲାଭ ନହେଇ ମଧ୍ୟ

କାହାର ସୁଖ ସହି ନ ପାରଇ 


ଗର୍ବର ଭାବ ଥରେ ଜାତ ହେଲେ ସେ

ଭାବେ ତା ସମ ନୁହଁନ୍ତି କେହି

ଅନ୍ୟକୁ ସମ୍ମାନ ଦେବା କେବେ ତାହାର 

ଜାତକରେ ନାହିଁ


ମନେରଖ ପିଲାମାନେ ଘୃଣା ଈର୍ଷା

ଭାବନା ସବୁ ଅଶାନ୍ତିର କାରଣ

ଏପରି ଭାବନା ମାନଵ ଜୀଵନରେ 

ଭଲ ନୁହେଁ କଦାଚନ 


ହିଂସା, ରାଗ, ଦ୍ୱେଷ ଜୀବନ ଧାରଣ

ନୁହେଁ ବିବେକୀର ପଥ

ଗୁରୁଜନେ ଭକ୍ତି ସ୍ନେହ ପ୍ରୀତିର ଜୀବନ

ପରା ମଣିଷରୂପୀ ରଥ


ଯଥୋଚିତ କର୍ମ ସମ୍ପାଦନ କରିଥାଏ

ଓ ଅନ୍ୟର ପଥ ପ୍ରଦର୍ଶକ ହୁଏ

ବିପଦେ ଆପଦେ ସାହା ହୁଏ ଯିଏ ସେ

ମାନବିକତାର ପରିଚୟ ଦିଏ


ସମାଜ ସ୍ୱାର୍ଥରେ ଦେଇ ଜଳାଞ୍ଜଳି

ଭଲମନ୍ଦ ସବୁ ଆଦରଇ ଯିଏ

ନିଜକୁ ପରଖି ବିବେକ ନିରେଖି କରମ

କଲେ ମାନବିକତାର ପରିଚୟ ଦିଏ


ବିବେକ ଗୁଣ ଗାରିମାର ଯେଉଁ ବ୍ୟକ୍ତି 

କରେ ଜୟ ଜୟ କାର

କର୍ତ୍ତଵ୍ୟରତ ସେହି ମଣିଷ ହେଉଛି ତ

ଶୁଦ୍ଧ ସ୍ୱରୂପ ମାନଵିକତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational