STORYMIRROR

Ghanashyam Jena

Inspirational Children

4  

Ghanashyam Jena

Inspirational Children

ବିଶ୍ଵ ପରିବେଶ

ବିଶ୍ଵ ପରିବେଶ

1 min
667


ସବୁଜିମାରେ ଭରି ଦେବାରେ,ଏହି ଆମରି ଧରା

ସୁଜଳା ସୁଫଳା,ଶସ୍ୟଶ୍ୟାମଳା,ବନିବ ବସୁନ୍ଧରା।୧।

ବଢ଼ଇ ଜନ ଯାନବାହନ, କଳକବଜାମାନ,

ବିଜୁଳି ବେଗେ କ୍ଷୟ ହେଉଛି,ଜଙ୍ଗଲ ବିଲ ବଣ।୨।

ତାହାରି ବଳେ ବଢ଼ଇ ତାତି, ପ୍ରଦୂଷଣର ସ୍ତର

କେବଳ ଗଛ ଲଗାଇ କର, ସବୁରି ପ୍ରତିକାର।୩।

ଓଜନ ସ୍ତର ଛିଦ୍ର ହେଲାଣି, ବଢ଼ିଗଲାଣି ତାତି

ଚର୍ମ କର୍କଟ,ଏଡ଼ସ,କୋରନା ରୋଗ ଆସଇ ମାତି।୪।

ବରଷା କାଳେ ବରଷା ବିନୁ ମରୁଡ଼ି କରେ ରଡ଼ି

ମହାବାତ୍ୟା ହୁଡହୁଡ଼ ଫାଇଲିନ ସବୁ ଦିଏ ଉଜାଡ଼ି।୫।

ବିନା ବର୍ଷାରେ ଘୋର ନାଦରେ ବିଜୁଳି ଘଡ଼ଘଡ଼ି

ମାନବ,ପଶୁ ମରନ୍ତି ନିତି, ବଜ୍ରାଘାତରେ ଗଡ଼ି।୬।

ଭୂକମ୍ପ ଆଉ ଭୂମିସ୍ଖଳନ ନିତ୍ୟ ହେଉଛି ଜାଣ

କେବଳ ଗଛ ଲଗାଇ କର ସବୁରି ସମାଧାନ।୭।

ପାହାଡ଼ ସମ ଲହଡ଼ି ଟେକି ସୁନାମି ଆସେ ମାଡ଼ି

ଲଂଘିଣ କୂଳ ହୋଇ ପ୍ରବଳ ଦେଶ ଦିଏ ଉଜାଡ଼ି।୮।

ଦିନକୁଦିନ କମି ଆସଇ ଭୂଗର୍ଭ ଜଳସ୍ତର       ଉର୍ବର ଜମି କ୍ଷୟ ହେଲାଣି, ଚାଷ ଜମିର ହାର।୯।

କେବେ ବୁରୁଷ୍ଟି, ଅନାବୁରୁଷ୍ଟି, ବାଦଲ ଫଟା ବୃଷ୍ଟି

ଜଳ ବହୁଳେ ନାଶ ସୁରୁଷ୍ଟି, ଜଳ ବିହୁନେ ସୃଷ୍ଟି।୧୦।

ଏହାରି ମୂଳେ ରହିଛି ଲୁଚି, ଗୋଟିଏ କଥା ଜାଣି

କେବଳ ଗଛ ଲଗାଇ କର ସବୁରି ସମାଧାନ।୧୧।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational